ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ : ଆଜି ଜୟରାମ ଫର୍ଟିଲାଇଜର୍ସ ଅନୁକୂଲ୍ୟରେ ଏକ କୃଷି ସମ୍ମିଳନୀ ଆୟୋଜିତ ହୋଇଛି। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପାରାଦୀପ ଫସଫେଟସ କମ୍ପାନୀର ଡ. ନିର୍ମଳ କିଷାନି, ଡ.ଅତୁଳ ପାଣ୍ଡେ, ଡ.ସୁନୀଲ ପ୍ରସାଦ ସାହୁ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ହିମାଞ୍ଚଳ ବୁଡ଼େକ (ଜିଲ୍ଲାପରିଷଦ ସଭ୍ୟ), ପ୍ରଦୀପ ବାଗ, ବିପିନ ଦଳେଇ, ଫକୀର ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ। ମନୋହର ବାଗ , ତନ୍ତ୍ର ବୁଡ଼େକ, ଖଗେଶ୍ୱର ବୁଡ଼େକ, ଉଦ୍ଧବ ବରଗେ, ରାଜକିଶୋର ସିଂହ ବୁଡ଼େକ, ହରେକୃଷ୍ଣ ବେହେରା, ତପନ ବେହେରା ପ୍ରମୁଖ ମଂଚାସୀନ ଥିଲେ। ସଭାରେ ଅତିଥି ପରିଚୟ ସୁବାଷ ବୁଡ଼େକ ଓ ଧନ୍ୟବାଦ ଜ୍ଞାପନ ପୁରୁଷୋତ୍ତମ ଦାସ କରିଥିଲେ। କୋଉ ପ୍ରକ୍ରିୟା କୋଉ ପ୍ରଣାଳୀରେ ଚାଷ କଲେ ଉନ୍ନତ ଧରଣର ଚାଷ ହେବ ଆଉ ଚାଷୀ ମାନେ କେମିତି ଅଧିକ ଅମଳ କରି ଲାଭବାନ ହୋଇପାରିବେ ଓ ସରକାରଙ୍କ ବିଭିନ୍ନ ସୁବିଧା ଏବଂ ସହଯୋଗ ପାଇପାରିବେ ବୋଲି ବିଶେଷ ଆଲୋଚନା ହୋଇଥିଲା।
