ଅମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ା ଉତ୍ସବ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଅମୋହମଣି ଉଚ୍ଚ ମାଧ୍ୟମିକବିଦ୍ୟାଳୟ ଠାରେ ଆଜି ବାର୍ଷିକ କ୍ରିଡ଼ା ଉତ୍ସବ ଉଦଘାଟିତ ହୋଇଛି। ତିନି ଦିନ ଧରି ହେବାକୁ ଥିବା ଏହି କ୍ରିଡ଼ା ଉତ୍ସବର ପ୍ରଥମ ଦିବସ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ମାଝୀଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର ନାଥ ସାହୁ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ପଣ୍ଡା, ଶଙ୍କର୍ଷଣ ବେହେରା, ସୁରେନ୍ଦ୍ର ନାଏକ, ଶେଷଦେବ ନାଏକ, ଗଣେଶରାମ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ବିଭୂତି ଭୂଷଣ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ପିଇଟି ସୁରେନ୍ଦ୍ର ବେହେରା ଏବଂ ଡୋଲେଶ୍ୱର ମାଝୀ କ୍ରୀଡା ପରିଚାଳନା କରିଥିଲେ। କ୍ରିଡ଼ା ଉତ୍ସବରେ ମହାବିଦ୍ୟାଳୟର ୨୫୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଉଦଘାଟନୀ ଦିବସରେ ୧୦୦ ଓ ୨୦୦ ମିଟର ଦୌଡ , ଲମ୍ବା ଡିଆଁ, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା ଆରମ୍ଭ କରାଯାଇଥିଲା। ଅଧ୍ୟାପିକା ମଧୁମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।