କୁଅ ଭିତରେ ପଡିଗଲା ଦନ୍ତା ହାତୀ

ସଁଇତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୁଅ ଭିତରେ ଦନ୍ତା। ସୂଚନା ମୁତାବକ ଗତ କିଛି ଦିନ ହେବ ଟିଟିଲାଗଡ ରେଞ୍ଜ ବର୍ଣି ନିକଟସ୍ଥ ଜଙ୍ଗଲକୁ ୩୦ ଟିକିଆ ହାତୀ ପଲ ଆସିଥିଲେ। ତେବେ ଟିଟିଲାଗଡ ରେଞ୍ଜ ସ୍ଥିତ ଧରବଗଡ ଗୋଏଲଭାଡି ସ୍ଥିତ ଏକ ଜଙ୍ଗଲ ର ଚାଷ ଜମି ନିକଟରେ ଥିବା କୂଅରେ ଏକ ବଡ ହାତୀ ଗତ ରାତି ପଡିଯାଇଥିଲା। ତେବେ ଆଜି ସକାଳୁ କୂଅକୁ ଲାଗିଥିବା ଚାଷ ବିଲକୁ ଲୋକେ ଗଲା ବେଳେ ହାତୀ ଚିତ୍କାର କରୁଥିବା ଦେଖିଥିଲେ। ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଟିଟିଲାଗଡ ବନ ବିଭାଗକୁ ଖବର ଦେଇଥିଲେ।  ଖବର ପାଇ ବଡ଼ମାଳ ଓ ଟିଟିଲାଗଡ ବନ ବିଭାଗ ପହଞ୍ଚି ଜେସିବି ସାହାଯ୍ୟ ରେ ହାତୀ କୁ ଉଦ୍ଧାର କରିଛି।