କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍) : ଧାନରେ ତିଆରି ଚାଲିଛି ସୁନ୍ଦର ସୁନ୍ଦର ଭଗବାନଙ୍କ ମୂର୍ତ୍ତି। ତିଆରି ଚାଲିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା, ସ୍ୱରସ୍ବତୀ, ଗଣେଶ, ମା ଲକ୍ଷ୍ମୀ, ଏବଂ ମୟୁର ଏମିତି ଅନେକ କିଛି ମୋନୋ ଲୋଭ ମୂର୍ତ୍ତି। କଳା ତ ଅନେକ ରହିଛି ଏହି କଳା କିନ୍ତୁ ବିରଳ, ଆଖିରେ ନଦେଖିଲେ ବିଶ୍ୱାସ ହେବନାହିଁ। ଆମେ ଧାନ କୁ ଲକ୍ଷ୍ମୀ କହିଥାଉ ଏବଂ ଏହି ଧାନ ପ୍ରତେକ ମନୁଷ୍ୟ କୁ ଭୋଜନ ଦେଇଥାଏ। ଏମାନେ କିନ୍ତୁ ଗୋଟା ଧାନକୁ ହଳଦୀ ରଙ୍ଗ ଦେଇ ତିଆରି କରିଛନ୍ତି ଏମିତି ସୁନ୍ଦର ଜିନିଷ। ଏବଂ ବେଶ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏହି କଳା ଦେଖିବାକୁ ମିଳିବ କେବଳ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଉପାନ୍ତ ଅଞ୍ଚଳ କେ. ସେମେଲା ପଞ୍ଚାୟତର ଲିମଭଟା ଗ୍ରାମରେ। ଗ୍ରାମର ଧନଲକ୍ଷ୍ମୀ ଏସଏଚଜି ଗ୍ରୁପ ସଦସ୍ୟ ମାନେ ଏହି କାର୍ଯ୍ୟ କରୁଛନ୍ତି। ପରିବାର ର ଛୋଟ ଛୁଆ ଠୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଏହି କାମରେ ଲାଗି ରୁହନ୍ତି। କଳାର ଭର ପୁର ନବରଙ୍ଗପୁର ଜିଲ୍ଲା ର ଉପାନ୍ତ ଅଞ୍ଚଳ, ପୂର୍ବ ପିଢ଼ିରୁ ଏହି କଳା ସେମାନଙ୍କୁ ରୋଜଗାରର ବାଟ ଦେଖେଇଛି। ଦିନ ଥିଲା ଗାଁ ଗାଁ କୁ ଏହି ଜିନିଷ ବିକ୍ରି ପାଇଁ ବୁଲିବାକୁ ପଡୁଥିଲା। ବର୍ତ୍ତମାନ କିନ୍ତୁ ଏହାର ପ୍ରଚାର ପ୍ରସାର ହେବା ପରେ ଆଗଭଳି ଆଉ ବିକ୍ରି ପାଇଁ କଷ୍ଟ କରିବାକୁ ପଡୁନାହିଁ। ଏହି ଧନ ଲକ୍ଷ୍ମୀ ଗ୍ରୁପକୁ ସରକାରଙ୍କ ତରଫରୁ ଅନେକ ପ୍ରଶିକ୍ଷଣ ଦେବା ସହ ମାର୍କେଟିଙ୍ଗ ଲିଙ୍କେଜ ମଧ୍ୟ କରାଯାଇଥିବା ପ୍ରକାଶ କରିଛନ୍ତି ଗ୍ରୁପର ସଦସ୍ୟ। ବିଭିନ୍ନ ମେଳା ଯାନୀ ଯାତ୍ରା ତଥା ରାଜ୍ୟ ଏବଂ ରାଜ୍ୟ ବାହାରେ ହେଉଥିବା ପ୍ରଦର୍ଶନି ସ୍ଥାନ ମାନଙ୍କରେ ଏମାନଙ୍କ ଜିନିଷର ଚାହିଦା ଢେର ରହିଥାଏ। ଧାନରେ ତିଆରି ଏହି ଠାକୁରଙ୍କ ପ୍ରତିମୂର୍ତ୍ତି କୋଣସି ଘରେ ରଖିଲେ ଗୃହକୁ ବେଶ ଶୋଭା ପାଇଥାଏ। ସେଥିପାଇଁ ଏହାର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ଢେର ରହିଛି। ଅନେକ ଥର ଭୁବନେଶ୍ୱର, ଦିଲ୍ଲୀ ପ୍ରଦର୍ଶନି ପଡିଆରେ ଏହି ଗ୍ରୁପର ସଦସ୍ୟ ମାନେ ହାତ ତିଆରି ଜିନିଷ ପ୍ରଦର୍ଶିତ କରି ବେଶ ପ୍ରଶଂସିତ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏମାନଙ୍କ ପାଖକୁ ଏହି ଜିନି ତିଆରି ପାଇଁ ଅଗ୍ରୀମ ଆସୁଥିବା ପ୍ରକାଶ କରିଥିଲେ। ଏବଂ ଏହି ବୃତ୍ତି ଆପଣେଇ ପରିବାର ସ୍ଵଛଳ ହେବା ସହ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି।ସାମ୍ପ୍ରତିକ ଯୁଗରେ ଅନେକ ଲୋକେ ରୋଜଗାର ପାଇଁ ପଥ ଭ୍ରନ୍ତ ହେଉଥିବା ବେଳେ ଏହି ଉପାନ୍ତ ଅଞ୍ଚଳର ସଦସ୍ୟ ମାନେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଛନ୍ତି। କୁଲି ମଜୁରୀ ନକରି ଅନ୍ୟ କାହା ପାଖରେ ହାତ ନପତି, ନିଜର ବୃତ୍ତି କଳାକୁ ଉଜ୍ଜୀବିତ ରଖିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି ଏହି ପରିବାର ମାନେ।
