କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗତ ଦୁଇ ଦିନ ଧରି ଚାଲିଥିବା କୋକସରା ବ୍ଲକ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲର ୩୧ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଉଦଯାପିତ ହୋଇଛି। କଲେଜ ଅଧ୍ୟକ୍ଷ ଡ଼. ନିହାର କାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରେମାନନ୍ଦ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହନୁମାନ ମନ୍ଦିରରୁ ଆସିଥିବା କ୍ରୀଡା ମଶାଲ କୁ ସ୍ଥାପନ କରିବା ସହ ସାମୂହିକ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିଥିଲେ। ଖେଳ ଶିକ୍ଷକ ବୀରେନ୍ଦ୍ର ନାରାୟଣ ଦାସ ଓ କିଷନ ଧଙ୍ଗଡ଼ାମାଝିଙ୍କ ନେତୃତ୍ୱରେ ୨୦ ଟି କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅଧ୍ୟାପକ ସଞ୍ଜୟ ପୁରୋହିତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ପୂର୍ବତନ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଧିରମଣୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ସହ ବିଜେତା ମାନଙ୍କୁ ସମ୍ମାନିତ କରିଥିଲେ। ଶ୍ରେଷ୍ଠ କ୍ରୀଡ଼ାବିତ ଭାବରେ ବାଳିକା ବିଭାଗର ମାଳତୀ ନିଆଲ ଓ ବାଳକ ବିଭାଗରେ ଶୁଭମ ପଟେଲ ପୁରସ୍କୃତ ହୋଇଥିଲେ। ଅଧ୍ୟାପକ ସରୋଜ ପ୍ରଧାନ ପୁରସ୍କାର ବଣ୍ଟନରେ ସହଯୋଗ କରିଥିଲେ। ଅଧ୍ୟାପକ ଶଙ୍କର ଶତନାମୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଶାନ୍ତ ଯୋଷୀ, ଭାରତ ଭୂଷଣ ଠାକୁର, ଅନିତା ସାହୁ, ଭାଗବତ କଟା, ବିଭୁଞ୍ଜନ ସାହୁ, ତୁଳସୀ ବାଗ, ଭାନୁମତୀ ମାଝୀ, ଦିବାକର ଦୁର୍ଗା, ସ୍ବପ୍ନା ନାୟକ ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିବା ବେଳେ ଯୁବ ରେଡକ୍ରସ୍ ସ୍ବେଛାସେବୀ ମାନେ ସେବା ପ୍ରଦାନ କରିଥିଲେ।
