କୋକସରାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା କୋର୍ଟ ପରିସରରେ ଆଜି ଚତୃର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ତାଳୁକ ଆଇନ ସେବା ସମତି ର ଅଧ୍ୟକ୍ଷା ଲିପ୍ସା ରାଉତଙ୍କ ତତ୍ତ୍ୱବଧାନରଜ ଅନୁଷ୍ଠିତ ଚତୃର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୧ଟି ଫୌଜଦାରୀ ମକଦମାର ଫଇସଲା କରାଯାଇଛି। ଲୋକ ଅଦାଲତରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ମଧ୍ୟ ଅଂଶଗ୍ରହ କରିଥିଲେ। ବ୍ୟାଙ୍କ ଋଣ ଖିଲାଫ ମାମଲା ର ଫଇସଲା କରାଯାଇ ୧୧ ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରାଯାଇଛି। କୋର୍ଟ କର୍ମଚାରୀ ମୋହନ ହରିଜନ, ଦିପକ ଟେଟେ, କେଶବ ଚନ୍ଦ୍ର ରାଉତ, ଅଭିଶକେ ଦାଶ, ହିମାଂଶୁ ଭୋଇ, ପୁଷ୍ପାଞ୍ଜଳି ମୁଦୁଲି, ବେଣୁଧର ନେଗୀପ୍ରମୁଖ ଉପସ୍ଥିତ ଥିଲେ।