ମା’ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ବେହେରା ଚମ୍ପିୟାନ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକର ଡୁଡୁକାଠେଙ୍ଗାଠାରେ ଚାଲିଥିବା ମା’ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚ୍ ବେହେରା ଓ ମୈଦଳପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବେହେରା ବ୍ୟାଟିଂ କରି ୧୦୮ ରନ କରିଥିବା ବେଳେ ଜବାବରେ ମୈଦଳପୁର ୬୨ ରନ କରି ପରାଜିତ ହୋଇଛି। ଏଥିରେ ବେହେରା ଦଳ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ହୋଇଛି। ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଶୀ ଯୋଗଦେଇ ଥିଲେ। ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ, ସମିତି ସଭ୍ୟା ପାର୍ବତୀ ବାଗ, ପୂର୍ବତନ ସରପଞ୍ଚ ବନମାଳୀ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ। ଖଗେଶ୍ୱର ବାଣୁଆ ଓ ବୈକୁଣ୍ଠ ଜାଲ ମଞ୍ଚ ପରିଚାଳନା କରିଥିଲେ। ଅମ୍ପିୟାର ଭାବେ ଧର୍ମେନ୍ଦ୍ର ଛତ୍ରିଆ ଓ ସତ୍ୟ ଧଙ୍ଗଡାମାଝୀ ଖେଳ ପରିଚାଳନା କରିଥିଲେ। ପ୍ରବୀଣ ବେଶ୍ରା ସ୍କୋର ବୋର୍ଡ ଦାୟିତ୍ୱରେ ରହିଥିବାବେଳେ ଚମାର ବାଣୁଆ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ମା ଠାକୁରାଣୀ କ୍ରିକେଟ କ୍ଳବର ସଭାପତି ଜୟନ୍ତ ଯାଦବ, ଉପସଭାପତି ଦୁର୍ଯ୍ୟୋଧନ ନାଏକ, ସମ୍ପାଦକ ଦୀନବନ୍ଧୁ ଦାସ ସମେତ କ୍ରିକେଟ କ୍ଳବର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସ‌ହଯୋଗ କରିଥିଲେ।