ବରାଡୋଙ୍ଗା ପଞ୍ଚାୟତରେ ନୂତନ ଧାନ ମଣ୍ଡି ଉଦଘାଟିତ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଚାଷିଙ୍କ ଦିର୍ଘ ବର୍ଷ ର ଦାବି ପୂରଣ ହେଇଛି। ଆଜି ବରାଡଙ୍ଗା ଗ୍ରାମରେ ନୂତନ ଧାନ ମଣ୍ଡିକୁ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ଯୋଗଦେଇ ଉଦଘାଟନ କରିଛନ୍ତି।ଏହି ଅବସରରେ ଆୟୋଜିତ ସଭାରେ ଆମପାଣି ସମବାୟ ସମିତି ସଭାନେତ୍ରୀ ତିଲୋତ୍ତମା ନାଏକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ନିରୁପମା ସେଠି, ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ମନୋଜ କୁମାର ନାଏକ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୁଝାରି, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ସନ୍ତୋଷ ମାଝୀ, ଯୁବ ମୋର୍ଚ୍ଚା ସଭାପତି ଆମପାଣି ଯୋନ ତ୍ରିଲୋକ୍ୟ ବେଶ୍ରା, ଚକ୍ରଧର ବେଶ୍ରା, ଆମପାଣି ପେକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା, ଆରଏମସି କର୍ମଚାରୀ ରଞ୍ଜିତ କୁମାର ବାହାଦୂର ସମେତ ପଞ୍ଚାୟତ ଅଧିନସ୍ଥ ଚାଷି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।