ମାଝୀଗୁଡା ହାଇ ସ୍କୁଲରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ମାଝୀଗୁଡା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ରବିବାର ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କିଶୋର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଏକ ସଚେତନତା ସଭାରେ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ। ଶକ୍ତିର ଅପଚୟ ଓ ଏହାର ସଂରକ୍ଷଣ ପାଇଁ ବିଭିନ୍ନ ଉପାୟ ସମ୍ବନ୍ଧେରେ ସଚେତନତା କରାଯାଇଥିଲା। ଏହି କ୍ରମରେ ଏକ ସଚେତନତା ରାଲିରେ ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା। ଏଥିରେ ଶକ୍ତି କ୍ଳବ ର ଶିକ୍ଷକ ମୃତ୍ୟୁଞ୍ଜୟ ପଣ୍ଡା, ଗଜେନ୍ଦ୍ର ଧରୁଆ ତଥା ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ।