ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ଥୁଆମୂଳ ରାମପୁର ବ୍ଲକ ମାଁ ମାଣିକେଶ୍ୱରୀ କଲେଜରେ ସମ୍ବାଦ ଓ ଆମଓଡିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ଥାନା ସବଇନ୍ସପେକ୍ଟର ସନ୍ତୋଷ କୁମାର ସେଠୀ, ମୁଖ୍ୟବକ୍ତା ଡା ବିଭେନ୍ଦୁ କୁମାର ବଳ, ସମ୍ମାନିତ ଅତିଥି ଭାବେ ମାଣିକେଶ୍ଵରୀ କଲେଜର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ପରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଟଙ୍କଧର ପୁଝାରୀ, ଇନ୍ଦ୍ରମଣି ଖରସେଲ, ଆକାଶ ରଞ୍ଜନ ମୁଣ୍ଡ, ରାମକୃଷ୍ଣ ଦଳପତି, ଦୀପକ ରଞ୍ଜନ ସାହୁ, ଜଏସର ମାଝୀ, ଡମ୍ବରୁଧର ନାଏକ, ସଞ୍ଜୀବ ନାଏକ, ସ୍ୱପ୍ନିଲ କୁମାର ପାଣିଗ୍ରାହୀ, ରମେଶ ଚନ୍ଦ୍ର ହଂସ, ନରେନ୍ଦ୍ର ନାଏକ ସମେତ ୨୧ ଜଣ ରକ୍ତଦାତା ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ଲଡ଼ବ୍ୟାଙ୍କର ଲ୍ୟାବଟେକନିସିଆନ ଅଜିତ କୁମାର ନାଏକ, ସଞ୍ଜିବ ମହାଖୁଡ଼, ଡୋଳାମଣି ମାଝୀ, ଜଞ୍ଜିର ପ୍ରସାଦ ବାଗ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ କର୍ତ୍ତବ୍ୟ ଅନୁଷ୍ଠାନର ସନ୍ତୋଷ କୁମାର ଦାଶ, ସୁଦର୍ଶନ ନାଏକ, ଜଗଦୀଶ ନାଏକ, ଜୟନ୍ତ କୁମାର ପାତ୍ର, ସତ୍ୟନାରାୟଣ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ସମ୍ବାଦ ପ୍ରତିନିଧି ଭାନୁପ୍ରତାପ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
