କଳାହାଣ୍ଡି ଜିଲ୍ଲା ବିଜେପି ଉପ ସଭାପତି ହେଲେ ପଦ୍ମ ଲୋଚନ ମିଶ୍ର

ମ.ରାମପୁର/କ୍ରାନ୍ତିକ୍ଷେତ୍ର(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ମ.ରାମପୁରର ବରିଷ୍ଠ ବିଜେପି କର୍ମୀ ପଦ୍ମ ଲୋଚନ ମିଶ୍ରଙ୍କୁ ଜିଲ୍ଲା ଉପସଭାପତି ଭାବରେ ମନୋନୟନ କରାଯାଇଛି । ରାଜ୍ୟ ବିଜେପିର ଅନୁମୋଦନ କ୍ରମେ ଶ୍ରୀ ମିଶ୍ର ବିଜେପି ଉପ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ରାଜ୍ୟ ନେତୃବୃନ୍ଦଙ୍କ ସମେତ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର , ପୂର୍ବତନ ମନ୍ତ୍ରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ,ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ , ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ମିଶ୍ର ପୂର୍ବରୁ ଦଳରେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ , ମଣ୍ଡଳ ପ୍ରଭାରୀ ଭାବେ ନିଜର ଦାୟିତ୍ଵ ନିର୍ବାହ କରି ବିଜେପି କୁ ତୃଣ ମୂଳ ସ୍ତରରେ ସୁଦୃଢ କରିବା ପାଇଁ ଆନ୍ତରିକତା ସହ ସେବା ଯୋଗାଇ ଆସିଥିବାରୁ ଏହି ଦାୟିତ୍ବ ନ୍ୟସ୍ତ କରା ଯାଇଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ମ.ରାମପୁର ମଣ୍ଡଳ ସଭାପତି ଯାଜ୍ଞ ସେନ ପଣ୍ଡା, ମୋହନ ଗିରି ମଣ୍ଡଳ ସଭାପତି ଖ୍ରୀଷ୍ଟ ଦତ୍ତ ରାଉତଙ୍କ ସମେତ ଅନ୍ୟ କର୍ମୀ ମାନେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *