ଧର୍ମଗଡ/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର କଳମପୁର ଛକରେ ଗତକାଲି ସନ୍ଧ୍ୟାରେ ଜୁନାଗଡ଼ ଥାନା ଅନ୍ତର୍ଲା ଗ୍ରାମର କାହ୍ନୁ ବରିହା ଓ ଜୁନାଗଡ଼ ଥାନା ପୋରାଗାଁ ର ଦେବେନ୍ଦ୍ର ସାହୁ ନାମକ ଦୁଇ ଜଣ ବ୍ୟକ୍ତି ଏକ ଆପାଚି ଗାଡିରେ ଆସି ବନ୍ଧୁକ ଦେଖାଇ ୫ ରୁ ୬ ଜଣଙ୍କୁ ମାଡ଼ ମାରିବା ସହିତ ଟଙ୍କା ଆଦାୟ କରିଥିଲେ । ଏନେଇ ଧର୍ମଗଡ ଥାନା ବୋଡେ଼ନ ଗାଁର ଡିଲାମ୍ବର ଖଡିକାର ଜୁନାଗଡ଼ ଥାନାରେ ଅଭିଯୋଗ ହେବା ପରେ ଜୁନାଗଡ଼ ପୁଲିସ ସଦଳବଲେ ଆସି ଦୁଇ ଅଭିଯୁକ୍ତ ଦେବେନ୍ଦ୍ର ସାହୁ ଓ କାହ୍ନୁ ବାରିହାକୁ ଗିରଫ କରିଥିଲା । ଏହି ଦୁଇ ଅଭିଯୁକ୍ତକୁ ବନ୍ଧୁକ ଯୋଗାଇଥିବା ଅଭିଯୋଗରେ ଗୋଲାମୁଣ୍ଡା ବ୍ଲକର ବସନ୍ତ ଚଲାନକୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଓଡି ୦୮ ଆର ୯୫୩୬ ନମ୍ବର ବିଶିଷ୍ଟ ଆପାଚି ବାଇକ ଓ ପିସ୍ତଲ ସହ ୩ ଟି ଜୀବନ୍ତ ଗୁଳି ଜବତ କରିଥିବା ନେଇ ଜୁନାଗଡ଼ ଆଇଆଇସି ଶେଷଦେଵ ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
