ମ.ରାମପୁରରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ମ.ରାମପୁର/କ୍ରାନ୍ତି କ୍ଷେତ୍ର(ଉଦ୍ଧବ ପଣ୍ଡା): ଚଳିତ ବର୍ଷ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୮ ତମ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ମ.ରାମପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ସହକାରୀ ଯନ୍ତ୍ରୀ ବଳ ବିନ୍ଦର୍ ସିଂ ଯାଦବ, କଳାହାଣ୍ଡି ଜିଲ୍ଲା ବିଜେପି ଉପ ସଭାପତି ତଥା ମ, ରାମପୁର ବ୍ଲକ ସାଂସଦ ପ୍ରତିନିଧି ପଦ୍ମ ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିବାବେଳେ ମ.ରାମପୁର ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ,ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଉପସ୍ଥିତ ରହି କଳାହାଣ୍ଡି ଉତ୍ସବ ଘୁମୁରା ୨୮ ତମ ପାଳନ ଉପରେ ଆଲୋଚନା କରାଯାଇଥିଲା । ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ ଗତ ବର୍ଷର ବିବରଣୀ ଉପସ୍ଥାପନା କରିବା ପରେ ପ୍ରତି ବିଷୟ ସମ୍ପର୍କରେ ଆଲୋଚନା ପରେ ଘୁମୁରା ଉତ୍ସବ ପାଳନ କମିଟୀ ଗଠନ କରାଯାଇ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନା କରିବାକୁ ନିଷ୍ପତ୍ତି ହୋଇଥିଲା । ଚଳିତ ବର୍ଷ ୨୮ ତମ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଜାନୁଆରୀ ମାସ ୧୦ ତାରିଖରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମହା ସମାରୋହରେ ପାଳନ କରାଯିବା ନେଇ ସ୍ଥିର ହୋଇ ଥିଲା । ଏହି ଆଲୋଚନାରେ ବିକାଶ ରଞ୍ଜନ ସିଂହ ଦେଓ, ବ୍ଲକ୍ କଳାକାର ସଂଘ ଉପସଭାପତି ଶ୍ରୀପତି ପଟ୍ଟନାୟକ, କଣ୍ଠଶିଳ୍ପୀ ସନ୍ତୋଷ କୁମାର ଦୁବେ, ଓଡ଼ିଶା ସରପଞ୍ଚ ସଂଘ ସଭାପତି ତଥା ବମକ ପଞ୍ଚାୟତ ସରପଞ୍ଚ ରୋମାଞ୍ଚ ସାହୁ, ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ଉଦ୍ଧବ ପଣ୍ଡା,ସଂଗଠକ ଭଗବାନ ଭୋଇ, ବ୍ଲକ୍ ବିଜେଡି ସଭାପତି ସତ୍ୟ ନାରାୟଣ ସାହୁ, ଦେଢ଼ ଶୁଳୀ ସମିତିସଭ୍ୟ ତଥା ଭାରତୀୟ ଜନତା ପାର୍ଟି ମ.ରାମପୁର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା, ଆଇନଜିବୀ ରାକେଶ ଶତପଥୀ, ସମାଜ କର୍ମୀ ଭବାନୀ ଶଙ୍କର ସାହୁ, ପ୍ରଦୀପ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପଧାନ ସମସ୍ତଙ୍କୁ ସଭାସେଷରେ ଧନ୍ୟବାଦାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *