କେସିଙ୍ଗା/ କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର): ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ ପଲ।ଚାଷୀ ଧାନ ଚାଷ ଆରମ୍ଭ କରିବା ଦିନଠୁ କେତେବେଳେ ଧାନ ପଲା ଖାଇଲା ତ କେବେ କଦଳୀ ବାରିରେ ପଶି କଦଳୀଗଛ ଭାଙ୍ଗି କଦଳୀ ଖାଇ ଚାଷୀଙ୍କୁ ହଇରାଣ କରିଥିବା ହାତୀପଲ ବର୍ତ୍ତମାନ ପାଚିଲା ଧାନ ଖାଇବାକୁ ଖଳା ମୁହାଁ ହେଉଛନ୍ତି।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ନୁନମାଠ ଠାରେ ଏକ ଛୋଟ ହାତୀ ଛୁଆ ହାତୀ ପଲରୁ ଅଲଗା ହୋଇ ଯାଇଥିଲା ପରେ ଖବର ପାଇ କସୃପଡ଼ା ଫରେଷ୍ଟର ବିଶିକେସନ କରୁଆଁ ଖବର ପାଇଁ ସଦଳବଳେ ଯାଇ ହାତୀ ଛୁଆ କୁ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ଜଣା ପଡିଲା ଯେ ହାତୀ ଛୁଆଟି ଅତିବେଶୀରେ ମାତ୍ର ୩ ରୁ ୪ ମାସର ପୁଣି ତାର ନାଭି ପାଖରେ ଗଭୀର ଆଘାତ ଲାଗିଛି।ପରେ ବନ ବିଭାଗ ପକ୍ଷରୁ ପଶୁ ଡାକ୍ତରଖାନରୁ ସ୍ଵତନ୍ତ୍ର ଏକ ଟିମ କୁ ଡକାଇ ଛୁଆ ହାତୀର ପ୍ରାଥମିକ ଚିକିତ୍ସା କରାଯାଇଥିଲା।ଓ ଅଧିକ ଚିକିତ୍ସା ନିମନ୍ତେ ହାତୀକୁ ଭବାନୀପାଟଣା ଜିଲ୍ଲା ପଶୁ ଚିକିତ୍ସାଳୟକୁ ନିଆଯାଇଛି।ଅଞ୍ଚଳର ଫରେଷ୍ଟର କରୁଆଁ ବାବୁଙ୍କ କହିବା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ପଟୁ ଏକ ୩୫ ଟିକିଆ ହାତୀ ପଲ ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲାରେ ପ୍ରବେଶ କରିଥିଲେ ଓ ଅନୁମାନ କରାଯାଉଛି କୌଣସି ଏକ ନାଳ ନର୍ଦ୍ଦମା ଡେଉଁଥିବା ବେଳେ କୌଣସି ଗଛ କିମ୍ବା କାଠ ହାତୀ ଛୁଆର ନାଭିରେ ଲାଗି ଯିବାରୁ ଛୁଆ ହାତୀର ନାଭି ପାଖରେ ଗଭୀର କ୍ଷତ ଅଛି ତେଣୁ ହାତୀଟି ଚାଲିନପାରି ରହିଯାଇଥିଲା।ହାତୀ ଛୁଆଟି ପୁଣିଥରେ ପୂର୍ଣ୍ଣ ସୁସ୍ଥ ହେଲେ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପୁଣି ସେହି ଛୋଟ ହାତୀକୁ ତା ମାଁ ପାଖରେ ଛାଡି ଦିଆଯିବ ବୋଲି ପ୍ରକାଶ କରିବା ସହ ବର୍ତ୍ତମାନ ହାତୀ ପଲ ନୁନମାଠ ଜଙ୍ଗଲରେ ହିଁ ଅଛନ୍ତି ଓ ହାତୀ ପଲକୁ ବିଭାଗ ପକ୍ଷରୁ ଟ୍ରାକ କରାଯାଉଛି ଓ ତାଙ୍କର ଗତି ବିଧି ଉପରେ ସମ୍ପୂର୍ଣ ନଜର ରଖାଯାଉଛି।
