ବୁଡ଼ାଗୁଡା ଆର.ଏମ୍.ସି ଠାରେ ଧାନ ମଣ୍ଡି ଉଦଘାଟିତ

ରାୟଗଡା/କ୍ରାନ୍ତିକ୍ଷେତ୍ର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି  (ଆର୍.ଏମ୍.ସି)ଠାରେ ରାୟଗଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨୦୨୫-୨୬ ଖରିଫ ଋତୁ ନିମନ୍ତେ ଧାନ ମଣ୍ଡି ଉଦଘାଟନ କରାଯାଇଛି ।ଏଥିରେ ଲ୍ୟାମ୍ପ ପରିଚାଳକ ସଭାପତି ଶଙ୍କର ହୁଈକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ତହସିଲଦାର ମାନସ ରଞ୍ଜନ ମାନସେଠ ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ । ସଂମ୍ମାନୀୟ ଅତିଥି ଭାବେଥାନା ଅଧିକାରୀ ନୀଳକଣ୍ଠ ବେହେରା, ଜିଲ୍ଲା ପରିଷଦ ସଭ୍ୟ ବି ୱାରା ପ୍ରସାଦ ରାଓ, ଏମ ଆଇ ଅନିଲ କୁମାର ଗମାଙ୍ଗ, ଲ୍ୟାମ୍ପର ଏସ ଆର ସି ଏସ ଜି. କ୍ରିଷ୍ଣା ମୂର୍ତ୍ତି, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବରିଷ୍ଠ ଚାଷୀ ଗୋପୀନାଥ ପେରିସିକା, ଦାଶରଥି ନାୟକ, ବିନାୟକ କୁଲସିକା, ନିୟନ୍ତ୍ରିତ ବଜାର କମିଟି ଅଧିକାରୀ ବସନ୍ତ କୁମାର ପାଳ ମଞ୍ଚାସିନ ରହିଥିଲେ । ଚାଷୀକୁ ମିଲର ବା ଆର.ଏମ୍.ସି ପକ୍ଷରୁ ଅଖାବସ୍ତା ଯୋଗାଇଦେବାର ଅଛି । ମଣ୍ଡିରେ ଧାନ କିଣିବା ପରେ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ଆସିବାର ଅଛି ବୋଲି ଚାଷୀ କହିଛନ୍ତି । ସୋମବାର ଓ ମଙ୍ଗଳବାର ମଣ୍ଡିକୁ ବୁଡ଼ାଗୁଡା ଆର ଏମ୍ ସି ୟାର୍ଡକୁ ମାଝୀଗୁଡା ,ପୂଜାରିଗୁଡା, ସୁନାଖଣ୍ଡି ,ପୋଲମା, କନ୍ଧ କାତିପାଡୁ ପଞ୍ଚାୟତରେ ଚାଷୀ ଧାନ ଆଣିବାପାଇଁ କୁହାଯାଇଥିବା ବେଳେ ଉକ୍ତ ଆର୍.ଏମ୍.ସି ୟାର୍ଡକୁ ବୁଧବାର ଓ ଗୁରୁବାର ମଣ୍ଡିକୁ ବୁଡ଼ାଗୁଡା ,ଶିକରପାଇ,ନାରାୟଣ ପୁର ,କରପା, ସେରିଗୁମ୍ମା ପଞ୍ଚାୟତର ଚାଷୀ ଧାନ ଆଣିବେ ।କଲ୍ୟାଣସିଂହପୁର ଡାକ ବଙ୍ଗଳା ଠାରେ ମଶନିବାର ଓ ଶୁକ୍ରବାର ମଣ୍ଡି କୁ କଲ୍ୟାଣସିଂହପୁର, ଧାମୁଣି ପଙ୍ଗା, ସିଙ୍ଗାରି ,ପାର୍ଶାଲି ପଞ୍ଚାୟତର ଚାଷୀ ଧାନ ଆଣିବେ ବୋଲି କୁହାଯାଇଛି ।ସାଧାରଣ କିସମ ଧାନ କୁଇଣ୍ଟାଲ ପିଛା ୨୩୬୯ଟଙ୍କା ,ଗ୍ରେଡ ଏ କିସମ ଧାନ କୁଇଣ୍ଟାଲ ପିଛା ୨୩୮୯ ଟଙ୍କା ଓ ଇନପୁଟ ସହାୟତା ୮୦୦ଟଙ୍କା ସରକାରୀ ମୂଲ୍ୟ ରହିଥିବା ଅତିଥିମାନେ କହିଛନ୍ତି। ଏଥିରେ ମିଲର ,ଚାଷୀ ଓ ନିୟନ୍ତ୍ରିତ ବଜାର କମିଟି ର ଅଧିକାରୀ , ଲ୍ୟାମ୍ପ ଏମ୍.ଡି ତାରିଣୀ ପ୍ରସାଦ ତ୍ରିପାଠୀ ଓ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *