କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଡାଳଗୁମା ପଞ୍ଚାୟତର ଚିତାମୁଣ୍ଡା ଗ୍ରାମ ଓ ଡାଳଗୁମା ପଞ୍ଚାୟତ ଲଟାପଡା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏବଂ ୨୪ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଚିତାମୁଣ୍ଡା ଗ୍ରାମର ନୂତନ ବେଶ୍ରା (୪୧) ଓ ଲଟାପଡା ଗ୍ରାମର ଦେବେନ୍ଦ୍ର ରୋଥି (୩୦)ଙ୍କୁ ଅବକାରୀ ପୋଲିସ ଗିରଫ କରି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଅରୁଣ ଯୋଶୀ, ଓଆଇସି ଗୁପ୍ତେଶ୍ୱର ପଟେଲ, କନେଷ୍ଟବଳ ସୁରେଶ ଚନ୍ଦ୍ର ଭୋଇ, ମହାଦେବ ମାଝୀ, ଖୁସିଦେବ କଟା, ବଳଭଦ୍ର ପାତ୍ର, ରବି ନାଗ, ଯଶୋବନ୍ତି ଭୋଇ, ପ୍ରମୁଖ ସାମିଲ ଥିଲେ।
