୧୯୮୨ ଗ୍ରେଜୁଏଟ ବ୍ୟାଚର ଷଷ୍ଠତମ୍ ବନ୍ଧୁ ମିଳନ

କୋକସରା/କ୍ରାନ୍ତିକ୍ଷେତ୍ର : ଭବାନୀପାଟଣା ସରକାରୀ ମହାବିଦ୍ୟାଳୟ ରୁ ୧୯୮୨ ମସିହାରେ ଗ୍ରାଜୁଏସନ ଡିଗ୍ରୀ ପ୍ରାପ୍ତ ପୁରାତନ ଛାତ୍ର ସମୂହଙ୍କ ଷଷ୍ଠତମ ବାର୍ଷିକ ସମ୍ମିଳନୀ ପର୍ଯ୍ୟଟନ ସ୍ଥଳୀ ଡୋକରି ଚଞ୍ଚରାଠାରେ ପାଳିତ ହୋଇଛି। ପୂର୍ବତନ ବିଧାୟକ ମୌଷଧି ବାଗ, ଗୋବର୍ଦ୍ଧନ ବାଗ, ପ୍ରେମଲାଲ ନାଏକ, ସନ୍ତୋଷ ମେହେର, ମହମ୍ମଦ ବୁରହାନ୍, ରଫିଉଦ୍ଦିନ ଖାନ୍, ଲୋକନାଥ ବେହେରାଙ୍କ ନେତୃତ୍ୱରେ ୪୮ ଜଣ ସହପାଠୀଙ୍କୁ ନେଇ ଏହା ପାଳିତ ହେଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସର୍ବଧର୍ମ ପ୍ରାର୍ଥନା ସାମୂହିକ ଗାନ ସହ ପାଞ୍ଚ ଜଣ ଦିବଂଗତ ସାଥୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସର୍ବଶ୍ରୀ ନବ କିଶୋର ସାହୁ, ଅଜିତ କୁମାର ବେହେରା, ଜୟପ୍ରକାଶ ପଣ୍ଡା, ଟୁନା ପ୍ରହରାଜ, ସନ୍ତୋଷ ଠାକୁର, ଚିତ୍ରସେନ ଜାଲ, ଗଣେଶ ରାଉତ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣାର ଶୁଭ୍ରାଂଶୁ ଶେଖର ସାହୁ, ରାମଚନ୍ଦ୍ର ମୁଣ୍ଡ, ସୁଧୀର କୁମାର ମହାନ୍ତି, ସୁରେଶ ପାତ୍ର, ସତ୍ୟନାରାୟଣ ଆଚାରି, ଭୁବନେଶ୍ୱରରୁ ପବିତ୍ର ମୋହନ ପାଢ଼ୀ, ପଞ୍ଚାନନ ପଣ୍ଡା, ଜୟପାଟଣାରୁ ରଜନୀକାନ୍ତ ଠାକୁର, ହେମନ୍ତ ପଣ୍ଡା, ଲଡୁଗାଁରୁ ଶିବ କୁମାର ଅଗ୍ରୱାଲ, ମଦନପୁର ରାମପୁରରୁ ପଦ୍ମଲୋଚନ ମିଶ୍ର, ନୂଆପଡ଼ା ଜିଲ୍ଲାରୁ ଶ୍ରବଣ କୁମାର ନିଆଲ, ଅବଦୁଲ ବାରି ଯୋଗଦେଇଥିଲେ।