କଂସ ଦରବାରେ ସମ୍ମାନିତ ହେଲେ ଗଣମାଧ୍ୟମ ପ୍ରତିନିଧି

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ସ୍ଥିତ କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରଥମ ଥର ପାଇଁ ଧନୁଯାତ୍ରା ମହୋତ୍ସବ  ଅନୁଷ୍ଟିତ ହେଉଛି। ଧନୁଯାତ୍ରା ମହୋତ୍ସବ ଅଞ୍ଚଳରେ ପ୍ରଥମ ଥର ପାଇଁ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳୁଛି। ହଜାର ହଜାର ସଂଖ୍ୟାରେ ଦର୍ଶକ କଂସ ମହାରାଜଙ୍କୁ ଦେଖିବା ସହିତ ମହୋତ୍ସବ ପରିସରରେ ଲାଗିଥିବା ମିନାବଜାର ଓ ଆକାଶ ଦୋଳି ସହ ଅନ୍ୟାନ୍ୟ ମନୋରଞ୍ଜନ ଜିନିଷ ଲାଗିଥିବା ବେଳେ ଦର୍ଶକ ମଜା ନେବାର ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏଥିରେ ଆୟୋଜକ କମିଟିର ସଭାପତି ବିଶ୍ୱଭୂଷଣ ଦଳପତି ଏବଂ ସମ୍ପାଦକ ତପନ କୁମାର ପଣ୍ଡା ତଥା କୃପାସିନ୍ଧୁ ସାଂସ୍କୃତିକ ପରିଷଦର ସମସ୍ତ କର୍ମ କର୍ତ୍ତା ସମସ୍ତ ଦାୟିତ୍ୱ ତୁଲାଉଛନ୍ତି । ଏହି ଧନୁଯାତ୍ରା ମହୋତ୍ସବ ଆରମ୍ବ ଦିନର ସନ୍ଧ୍ୟାରେ ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା ,ଆଶିଷ ପଣ୍ଡା ,ମହେଶ ପଣ୍ଡା ଏବଂ ତପନ ପଣ୍ଡା ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିଥିଲେ। ଧନଯାତ୍ରାର ପଞ୍ଚମ ଦିନ ସାଂସ୍କୃତିକ ସନ୍ଧ୍ୟାରେ ଅତିଥି ଭାବେ ଗଣମାଧ୍ୟମ ପ୍ରତିନିଧି ନରେନ୍ଦ୍ର ଖିତି, ସୁନ୍ଦରମୋହନ ଛତ୍ରୀଆ, ହରିହର ଛତ୍ରୀଆ, ରଜନୀକାନ୍ତ ଛତ୍ରୀଆ, ଟିକଚନ୍ ବାଗ, ଟଂକଧର ବିହାରୀ, ଉଗ୍ରେସେନ କନ୍ଦପାନ, ଶର୍ମିଷ୍ଠା ଯୋଶୀ, ମହାଦେବ ଖଣ୍ଡୁଆଲ, ପୃଥ୍ୱୀରାଜ ନିଆଲ, ଗଣେଶରାମ ବାଗ, ରଞ୍ଜନ ସାହୁ, ପରମାନନ୍ଦ ଛତ୍ରୀଆ, ଅମରେଶ ପାଢ଼ୀ ଓ ଆୟୋଜକ କମିଟିର ବରିଷ୍ଠ ସଦସ୍ୟ ତଥା କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ସଭାପତି ନୀକୁଞ୍ଜ ବିହାରୀ ଚଲାନ ଯୋଗଦାନ କରି ଧନୁଯାତ୍ରା ଉତ୍ସବ କୁ ଭୁୟସୀ ପ୍ରଶଂସା କରିଥିଲେ। ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କଂସଦରଵାରେ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଧନୁଯାତ୍ରା ମଞ୍ଚରେ କଂସ ଭୂମିକାରେ ରମାକାନ୍ତ ସାହୁ ଅଭିନୟ କରୁଥିବା ବେଳେ ଧନୁଯାତ୍ରା ଉତ୍ସବ ମଞ୍ଚରେ ଜ୍ଞାନ ରଞ୍ଜନ ପଣ୍ଡା ଏବଂ ଆଦିତ୍ୟ କୁମାର ପଣ୍ଡା ପରିଚାଳନା କରିଥିଲେ। ଏହି ଧନୁଯାତ୍ରା ଆସନ୍ତା ୨୦ ତାରିଖରେ ଉଦଯାପିତ ହେବବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।