ଡକାୟତି ମାମଲାରେ ତିନି ଗିରଫ  ; ବନ୍ଧୁକ ସହ ଗୁଳି ଯବତ୍

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଜୁନାଗଡ଼ ଥାନା ଅଞ୍ଚଳରେ ସୋମବାର ଦିନ ରାତିରେ ଏକ ଡକାୟତି ମାମଲାରେ ଜୁନାଗଡ଼ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୋଲାମୁଣ୍ଡ ବ୍ଲକର ଅନ୍ତର୍ଲା ଗ୍ରାମର କାହ୍ନୁ ବରିହା (୩୩), ପୁରାଗାଁ ଗ୍ରାମର ଦେବେନ୍ଦ୍ର ସାହୁ (୩୮) ଓ ଗୋଲାମୁଣ୍ଡା ଅଞ୍ଚଳର ବସନ୍ତ ଚାଲାନ । ସୂଚନା ମତେ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର କଲମପୁର ଚକ ନିକଟସ୍ତ ଏନ୍ ଏଚ ୨୬ ରାତ୍ର ଏକ ପିକ୍ ଅପ୍ ଖରାପ ହୋଇ ଅଟକିଥିଲା। ସେତିକି ବେଳେ ଦୁଇ ଜଣ ଯୁବକ ଏକ ଆପଚି ଗାଡି ରେ ଆସି ପିକ୍ ଅପ୍ ରେ ବସିଥିବା ଯୁବକକୁ ମାଡ ମାରି ବନ୍ଧୁକ ଦେଖାଇ ଭୟଭୀତ କରି ଥିଲେ। ଏବ୍ଂ ପାଖରେ ଥିବା ସମସ୍ତ ଟଙ୍କା ଡକାୟତି କରି ନେଇ ପଳାଇଥିଲେ। କୋଣସି ମତେ ଗାଡିରେ ଥିବା ଲୋକେ ଜୁନାଗଡ ପୋଲିସ କୁ ଖବର ଦେଇଥିଲେ। ଜୁନାଗଡ ପୋଲିସ ତ୍ଵରିତ ପଦକ୍ଷେପ ନେଇ ଘଟନା ସ୍ତଳ ରେ ପହଂଚି ଦୁଇ ଜଣ ଡକାୟତ କୁ କାବୁ କରିଥିଲେ। ଦୁଇ ଜଣ ଙ୍କ ଠାରୁ ଗୋଟିଏ ଆପାଚୀ ବାଇକ୍, ଗୋଟିଏ ଇଂଲଣ୍ଡ ତିଆରି ରିଭଲଭର ଓ ଦୁଇଟି ଅଫୁଟା ଗୁଳି ଓ ଗୋଟିଏ ଖୋକା ପୋଲିସ ଯବତ୍ କରିଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ ଦେବେନ୍ଦ୍ର ଗତ ବର୍ଷେ ତଳେ ଗୋଲାମୁଣ୍ଡା ଅଞ୍ଚଳର ବସନ୍ତ ଚାଲାନ ସସ୍ପର୍ଶରେ ଆସି ୪୦ ହଜାର ଟଙ୍କା ଦେଇ ରିଭଲଭର ଓ ଗୁଳି କିଣିଥିଲେ। ଜୁନାଗଡ ପୋଲିସ ଗୋଲାମୁଣ୍ଡାର ବସନ୍ତ ଚାଲାଣ କୁ ରିଭଲଭର ବିକ୍ରି କରିଥିବା ରୁ ପୋଲିସ ଜୁନାଗଡ ଥାନାକୁ ଆଣି ଅଧିକ ପଚରାଉଚରା କରିଥିଲେ। ଅଭିଯୁକ୍ତ ଡକାୟତଙ୍କ ନାମରେ ଜୁନାଗଡ ଥାନା ରେ ବିଭିନ୍ନ ଦଫା ରେ ମାମାଲା ରୁଜୁ ହୋଇଥିଲା। ଆଜି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଜୁନାଗଡ ଆଇଆଇସି ଶେଷଦେବ ବେହେରା ପ୍ରକାଶ କରିଛନ୍ତି।