କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ସର୍ବଭାରତୀୟ ୧୬ ତମ ସଦାଶିବ ୨୦/୨୦ କ୍ରିକେଟ ଖେଳ ନୟାଗଡ଼ ଜିଲ୍ଲାର ଫତେଗଡ ବାପୂରରେ ଆରମ୍ଭ ହେଇଯାଇଛି। ପ୍ରଥମ ମ୍ୟାଚ କୁ ଯୁବବାଣୀ ବିଶିଷ୍ଟ କଣ୍ଠଶୀଳ୍ପୀ ତଥା ସମାଜ ସେବୀ ଯୁଧିଷ୍ଠିର ଖୁଣ୍ଟିଆ, ସରୋଜ କୁମାର ମହାପାତ୍ରଙ୍କ ସହିତ ବିଶିଷ୍ଟ କ୍ରିକେଟ ବିଶେଷଜ୍ଞ ଶୁଭଙ୍କର କର ଉଦଘାଟନ କରିଥିଲେ|ପ୍ରଥମ ମ୍ୟାଚ କେସିଙ୍ଗା କ୍ରିକେଟ ଆସେସିଏସନ ଏବଂ ମୁମ୍ବାଇ ରକେଟ ମଧ୍ୟରେ ହୋଇଥିଲା। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିରଧାରିତ ୨୦ ଓଭର ରେ ସମସ୍ତ ଉଇକେଟ ହରାଇ ୧୪୯ ରନ କରିଥିଲା। ଜବାବରେ କେସିଙ୍ଗା କ୍ରିକେଟ ଆସେସିଏସନ ୫ ଉଇକେଟ ରେ ମ୍ୟାଚ ବିଜୟୀ ହୋଇ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ଦଳ ପକ୍ଷରୁ ମନୁ ଚୌଧୁରୀ ସର୍ବାଧିକ ୩୦ ରନ କରି ମେନଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। କେସିଙ୍ଗା କ୍ରିକେଟ ଆସେସିଏସନର ଅଧିନାୟକ ସୁଶୀତ କୁମାର ପରିଡା ସେମିଫାଇନାଲରେ ଦଳ ଭଲ ପ୍ରଦଶନ କରିବା ସହ କଳାହାଣ୍ଡିର କ୍ରିକେଟ କୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି।
