ବେହେରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାର ଦଣ୍ଡପାଟ ଅଞ୍ଚଳରେ ପୁଣି ଦାଦନ ଦୁଃଖ। ବିଶାଖାପାଟଣାରେ କାମ କରୁଥିବାବେଳେ କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ମିର୍ଜାପୁର ଗ୍ରାମର ଅନିଲ ସାଗର(୪୦)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ବିଶାଖାପାଟଣାର ହେତ୍ରୋ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତେବେ କାମ କରୁଥିବା ସମୟରେ ହଠାତ୍ ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ମୃତ୍ ଦେହ ନିଜ ଭିଟାମାଟିକୁ ଫେରୁଥିବାବେଳେ ବେଳେ ମିର୍ଜାପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ପରିବାର ଗରିବ ଶ୍ରେଣୀର ହେଇଥିବାରୁ ସରକାରୀ ସହାୟତା କରିବା ପାଇଁ ଦାବି ହୋଇଛି।
