ଡୁକେଡ ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉଦଘାଟିତ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଉର୍ଲାଦାନୀ ପଞ୍ଚାୟତ ଅନ୍ତର୍ଗତ ଡୁକେଡ ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ହରଲଙ୍ଗା ଗ୍ରାମ ଦେବୀ ଠାରୁ ମଶାଲ ଶୋଭାଯାତ୍ରା ବାହାରିଥିଲା। ହରଲଙ୍ଗା ଓ ଡୁକେଡ ଗ୍ରାମରେ ମଶାଲ ଶୋଭାଯାତ୍ରା କରି ବିଦ୍ୟାଳୟର ଖେଳପଡିଆ କୁ ପହଞ୍ଚି ଥିଲା। ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ରାଉତ୍ତ ଗଜାନନଙ୍କ ଠାରୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ ପରେ କ୍ରୀଡ଼ା ଉତ୍ସବ ଉଦଘାଟନ କରାଯାଇଥିଲେ। ଏହି କ୍ରୀଡା ୧୮/୧୯ ତାରିଖ ଦୁଇ ଦିନ ଧରି ଚାଲିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀରାଉତ ସୂଚନା ଦେଇଛନ୍ତି। ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସ୍ମିତା ରେଖା ଦେବୀ, କ୍ରୀଡା ପରିଚାଳନା କରିଥିଲେ।  ମିତ୍ର ପ୍ରିୟ ଭୋଇ, ମନୋଜ ହରପାଲ, ସମାଜସେବୀ ସୁରେଶ କୁମାର ପାତ୍ର, ଗୁମାନ ସିଂ ପାତ୍ର, ସ୍ବେଚ୍ଛାସେବୀ ଛାତ୍ରୀ ଶିବ ରାତ୍ରି ପାତ୍ର, କବିତା ମହାନନ୍ଦ, ଜାନକୀ ପାତ୍ର, କ୍ରୀଷ୍ଣା କୁମାରୀ ପାତ୍ର ପ୍ରମୁଖ କ୍ରୀଡା ପ୍ରତିଯୋଗିତାରେ ସହଯୋଗ କରିଥିଲେ।