କୋକସରା/କ୍ରାନ୍ତିକ୍ଷେତ୍ର : ସତନାମୀ ସମ୍ପ୍ରଦାୟ ପକ୍ଷରୁ କୋକସରା ବ୍ଲକ କାଉଡୋଲାଠାରେ ଆଜି ଘାସି ଦାସ ବାବାଙ୍କ ୨୬୯ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। କଳସ ଯାତ୍ରାରେ ସତନାମି ସମ୍ପ୍ରଦାୟର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ସ୍ତାନୀୟ ମୁଟୁରା ନଦୀରୁ ପାଣି ଉଠାଇ ବାବାଙ୍କ ଜୈତଖମ୍ବ ଠାରେ ନେଇ ପୂଜାର୍ଚ୍ଚନା ପରେ ଧ୍ଵଜା ରୋହନ କାର୍ଯ୍ୟକ୍ରମ ହେବା ନେଇ ସୂଚନା ରହିଛିl ଘାସି ଦାସ ବାବାଙ୍କ ଠାରେ ଅତୁଟ ବିଶ୍ୱାସ ଥିବାରୁ ଦିର୍ଘ ବର୍ଷ ଧରି ଏହି ଜୟନ୍ତୀ ପାଳନ କରୁଥିବା ପ୍ରକାଶ କରିଛନ୍ତି। ବହୁ ଦୂରଦୂରାନ୍ତରୁ ବନ୍ଧୁ ବାନ୍ଧବ ଆସି ଏହି ପୂଜାରେ ସାମିଲ ହୋଇଥିଲେ। ପୂଜାର ସଭାପତି ଭାବେ କୃତିବାସ ସତନାମୀ, ସମ୍ପାଦକ କିଙ୍ଗରାଜ ସତନାମୀ, ପୂଜକ ଗଣେଶ ଶତନାମୀ, କର୍ମକର୍ତ୍ତା ଭାବରେ ବିଜୟ ସତନାମି, ରାମେଶ୍ଵର ସତନାମି, ଗୋବିନ୍ଦ ସତନାମି, ଉଦ୍ଧବ ସତନାମି, ସୁରେଶ ସତନାମି, ଜିତେନ୍ଦ୍ର ସତନାମି, ଆଲୋକ ସତନାମି ପ୍ରମୁଖ ସହଯୋଗ କରିଥିଲେ।
