ଧର୍ମଗଡରେ ଗଡ଼ିଲା କୃଷି ଭିତ୍ତିକ ପ୍ରସାର ରଥ

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ସ୍ଥିତ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଗଡ଼ିଲା କୃଷି ଭିତ୍ତିକ ପ୍ରସାର ରଥ। ଏହି କୃଷି ରଥ କୁ ଧର୍ମଗଡ କୃଷି ଜିଲ୍ଲା ଅଧିକାରୀ ନୌକେଶ୍ୱର ନାଗ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିବା ସହିତ ଏହି ରଥ ପରିକ୍ରମା ମାଧ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ସରକାରଙ୍କ ପିଏମ କିଷାନ, ସିଏମ କିଷାନ, କୃଷକ ପଞ୍ଜିକରଣ, କୃଷକ ଓଡିଶା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ସରକାରଙ୍କ ସମସ୍ତ କୃଷି ଭିତ୍ତିକ ଯୋଜନା ସମ୍ପର୍କରେ ଚାଷୀମାନେ ବ୍ୟାପକ ସଚେତନତା ସୃଷ୍ଟି କରିବା ନେଇ ସୂଚନା ରହିଛି ବୋଲି ଶ୍ରୀନାଗ କହିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କୃଷି ଭିତ୍ତିକ ପ୍ରସାର ରଥ ଟି ଆଜି ଠାରୁ ଧର୍ମଗଡ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଆଜି ବ୍ରାହ୍ମଣଛେଣ୍ଡିଆ, କନାଗାଁ, ଡ଼ୁମେରଗୁଡା, ଟିପିଗୁଡା ଏବଂ କାଙ୍କେରି ଗ୍ରାମ ପଞ୍ଚାୟତ କୁ ଯାଇ ଅଭିନୟ ମାଧ୍ୟମରେ କଳାକାର ମାନଙ୍କ ଦ୍ଵାରା କୃଷକ ମାନଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଧର୍ମଗଡ ବ୍ଲକ କୃଷି ଅଧିକାରୀ ହେମାନନ୍ଦ ମାଝୀ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ କମଲେଶ ଶବର, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଅର୍ଧେନ୍ଦୁ ସୁନ୍ଦର ନାୟକ, ବିଟିଏମ ଦେବାଶିଷ ଚାନ୍ଦ,ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।