ଗାଁ କୁ ପହଞ୍ଚିଲା ଦାଦନ ଶ୍ରମିକର ମୃତ ଦେହ

ଧର୍ମଗଡ/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା, ଦଣ୍ଡପାଟ ଅଞ୍ଚଳରେ ଦାଦନ ଶ୍ରମିକଙ୍କ ମୃତ୍ଯୁ ଦିନକୁ ଦିନ ବଢିବାରେ ଲାଗିଛି। ପୁଣି  ଜଣେ ଦାଦନ ଶ୍ରମିକର ଆଜି ସକାଳେ ମୃତ ଦେହ ନିଜ ଭିଟାମାଟିକୁ ଫେରିଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମିର୍ଜାପୁର ଗ୍ରାମର ଅନିଲ ସାଗର (୪୦) ଆଜକୁ ୩ ବର୍ଷରୁ ଉର୍ଦ୍ଧ୍ବ ହେବ ନିଜ ସ୍ତ୍ରୀ ମାଧୁରୀ ସହ ବିଶାଖାପାଟଣାରେ ରହି ସେଠାକାର ହେତ୍ରୋ ନାମକ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। କମ୍ପାନୀରେ କାମ କରୁଥିବାବେଳେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସାଙ୍ଗେ ସାଙ୍ଗେ ନିକଟସ୍ଥ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ମୃତ ଦେହ ଆମ୍ବୁଲାନ୍ସ ଯୋଗେ ଗାଁ ମାଟିକୁ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ଦୁଇ ପୁଅ ମଧ୍ୟରୁ ବଡ ପୁଅ ଅକ୍ଷୟ ଗାଁରେ ରହୁଥିବା ବେଳେ ସାନ ପୁଅ କୁବେର ବିଲାସପୁରରେ ରହି ପାଠ ପଢୁଛି। ଆଜି ତାଙ୍କ ମୃତ ଦେହ ଘରେ ପହଁଚିବା ପରେ ପରିବାର ବର୍ଗ, ବନ୍ଧୁ ବାନ୍ଧବ, ଗ୍ରାମବାସୀ, କଳାକାରମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ପରିବାର ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ବିନୀତ ଅନୁରୋଧ କରାଯାଉଛି।