ରାମକୀ ଫାଉଣ୍ଡେସନ ଓ ଏସବିଆଇ ପକ୍ଷରୁ ସଫେଇ କର୍ମଚାରୀ ଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ତରଫରୁ ସମାଜ କୁ ସଫା ସୁତୁରା ରଖିବା ପାଇଁ ନିରନ୍ତର ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ସଚେତନତା କରି ଆସୁଛି।ଆଜି ଭବାନୀପାଟଣା ପୌରପାଳିକା ର ସ୍ଵଚ୍ଛତା ନିରୀକ୍ଷକ ଶିବ ପ୍ରସାଦ ପୂଜାରୀ ଙ୍କ ଦ୍ଵରା ପୌରପାଳିକା ର ସଫେଇ କରାଯାଇ କର୍ମଚାରୀ ମାନଙ୍କୁ ବର୍ଷା କୁ ଦୃଷ୍ଟି ରେ ରଖି ରେନ କୋଟ ସେଫ୍ଟି ଜେତା ଆଉ ହେଣ୍ଡ ଗ୍ଲୋବ ସ୍ୱଛ ଭାରତ ଅଭିଜାନ ମାଧ୍ୟମ ରେ ରାମକୀ ଫାଉଣ୍ଡେସନ ଦ୍ୱାରା ପ୍ରଦାନ କରାଗଲା। ମୁନିସିପାଲଟି ର ଅନ୍ୟନ୍ କର୍ମଚାରି ଙ୍କ ସହିତ ରାମକି ଫାଉଣ୍ଡେସନ ର ପିସି ଡାକ୍ତର ବିମଳ ଚରଣ ଷଡଙ୍ଗୀ ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା ଷ୍ଟାଫ ନର୍ସ ପଙ୍କଜିନି ରଣା ଏଲ ଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତି ଥିଲେ। ଆଗକୁ ଏହି ସଂସ୍ଥା ଦ୍ଵାରା ସେହି ଅଂଚଳ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାନେ ପୌରପାଳିକା ପାଇଁ କରାଯିବ ବୋଲି ଆଲୋଚନା କରାଯାଇଛି। ଏହା ପାଇ ପୌରପାଳିକା ର ସ୍ଵଚ୍ଛତା ନିରୀକ୍ଷକ ଶ୍ରୀଯୁକ୍ତ ପୂଜାରୀ ଏସ ବି ଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।