ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଶୁଭ୍ରାଂଶୁ କୁମାର ନାଏକ) : ମହିଳା ସଶକ୍ତି କରଣ ଓ ଆର୍ଥିକ ସ୍ଥିତ ସୁଦୃଢ଼ କରି ସ୍ବାବଲମ୍ବୀ ହେବା ପାଇଁ ସରକାର ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ବିଭିନ୍ନ ସହାୟତା ସାଙ୍ଗକୁ ବ୍ୟାଙ୍କ ଋଣ ମାଧ୍ୟମ ରେ ଅନେକ ଯୋଜନା କରାଯାଇଛି। ହେଲେ ଗୋଷ୍ଠି ର କିଛି ସ୍ୱାର୍ଥପର ସଭାପତି, ସମ୍ପାଦକ ଓ ବ୍ୟାଙ୍କ ମିତ୍ର ଙ୍କ ଯୋଗୁଁ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତର ଜରେଲପଦର ଗ୍ରାମ ରେ ୧୩ ଜଣ ମହିଳା ଙ୍କୁ ନେ଼ଇ ଶିବ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ଏହି ଗୋଷ୍ଠି ମାଧ୍ୟମ ରେ ପୂର୍ବରୁ ଡାଲି ପ୍ରସ୍ତୁତି ମେସିନ ମିଲି ସାରିଛି। ଯାହା ସାମୁହିକ କାର୍ଯ୍ୟ କିମ୍ବା ବ୍ୟବସାୟୀ କରଣ ରେ ନ ଆସି ବ୍ୟକ୍ତିଗତ ଭାବରେ ସଭାପତି ସମ୍ପାଦକ ନିଜେ ରଖି ଚଳାଉଥିବା ବେଳେ ବର୍ତ୍ତମାନ ଧାନ ମିଲ ଓ ଧାନ କଟା ମେସିନ ପାଇଁ ଗୋଷ୍ଠିର ସଦସ୍ୟା ମାନଙ୍କ ଅଜାଣତ ରେ ଜାଲ ଦସ୍ତଖତ ନେଇ ଥିବା ବେଳେ ରେଜୁଲେସନ ବହି ରେ କିଛି ଲେଖା ନ ଯାଇ ଦସ୍ତଖତ ନିଆଯାଉଛି ବୋଲି ଗୋଷ୍ଠୀର ସଦସ୍ୟା ବେଲମତି ନିଆଲ ଅଭିଯୋଗ କରିଛନ୍ତି। ସେହିପରି ସଭାନେତ୍ରୀ ରୁକ୍ମଣୀ ନିଆଲ, ସମ୍ପାଦକ ଟୀକା ବଗର୍ତ୍ତି ଓ ବ୍ୟାଙ୍କ ମିତ୍ର ରଜବତୀ ନିଆଲ ମିଳିମିଶି ଅର୍ଥ ଆତ୍ମସାତ ସହିତ ଅନିୟମିତତା କରିଚାଲିଛନ୍ତି ବୋଲି ଅନ୍ୟତମ ସଦସ୍ୟା ଦୁର୍ମତି ନିଆଲ ପ୍ରକାଶ କରିଛନ୍ତି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ର ଅଡିଟ ରିପୋର୍ଟ ଗତ ମାସ ରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରଯାଇଛି। ହେଲେ ଅନିୟମିତତା ଅଭିଯୋଗ ସତ୍ତ୍ଵେ କିଭଳି ଅଡିଟ କରୁଥିବା ଅଧିକାରୀ ତଥା କର୍ମଚାରୀ ଜାଣିପାରୁ ନାହାନ୍ତି ତାହା ସନ୍ଦେହ ପ୍ରକାଶ ପାଇଛି। ଏଥିରେ ଉପରିସ୍ଥ କର୍ମଚାରୀ ଭିତିରିଆ ହାତବାରିଶ ସାଜି ନାହାନ୍ତି ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ତେଣୁ ଗୋଷ୍ଠୀର ସବିଶେଷ ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏ ସଂପର୍କ ରେ ଓଡ଼ିଶା ଜୀବିକା ମିଶନ ବିପିଏମ ମିଥୁନ ତାଣ୍ଡି ଙ୍କୁ ପଚାରିବାରୁ ଏ ବିଷୟ ରେ ତଦନ୍ତ କରୁଛି। ଯଦି ଏଭଳି ହେଇଛି କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।