ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ ର ୧୨୩ ତମ ସଂସ୍କରଣ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ଉପସ୍ଥିତିରେ କରତିଆଗୁଡା ଠାରେ ଗ୍ରାମବାସୀଙ୍କ ସହ ସମ୍ମିଳିତ ଭାବରେ ଶୁଣିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ସଫଳ ଉଦ୍ୟୋଗୀ, ସମାଜସେବୀ, ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ, ଜନହିତକର କାର୍ଯ୍ୟର ଅବତାରଣା କରାଯାଇଥିଲା ଯାହାକି ଆଗାମୀ ପିଢ଼ି ପାଇଁ ଏକ ଉଦାହରଣ ବୋଲି ନବରଙ୍ଗପୁର ବିଧାୟକ ମାଝୀ କହିବା ସହ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଙ୍କ ଭୂୟସୀ ପ୍ରଶଂସା କରିଛନ୍ତି। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ଶାସ୍ତ୍ରୀ, ଶ୍ରୀକାନ୍ତ କୁମାର ପଣ୍ଡା, ଅକ୍ଷୟ ମହାନ୍ତି, ରାଜେଶ ବାଘ, କୁନା ଦାଶ, ସୌମ୍ୟକାନ୍ତ ତ୍ରିପାଠୀ, କେତନ ଭୂମିଆ, ସାନୁ ଭୂମିଆ ଆଶିଷ ଟାକ୍ରୀଙ୍କ ସହ ଅନ୍ୟ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।