ସାଇନବୋର୍ଡ କହୁଛି କଂକ୍ରିଟ କରଣ ଓ ଡ୍ରେନ କାମ

ଡ୍ରେନରେ କାମ ସମାପ୍ତ, ବାରି ହେଉଛି ଦୁର୍ନୀତିର ଗନ୍ଧ

ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଶୁଭ୍ରାଂଶୁ ନାଏକ) : ସରକାର ଗ୍ରାମାଞ୍ଚଳର ବିକାଶ କଥା କହି ଡିଣ୍ଡିମି ପିଟୁଥିବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଦୁର୍ନୀତି ଖୋର ମନୋବୃତ୍ତି ଯୋଗୁଁ ଗ୍ରାମାଞ୍ଚଳ ବିକାଶ ହୋଇପାରୁ ନାହିଁ। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଉନ୍ନୟନ କାମ ଗୁଡ଼ିକ ସଠିକ ଭାବରେ ସମ୍ପାଦିତ ନ ହୋଇ ଅନିୟମିତତା କରି ଦୁର୍ନୀତି କରାଯାଇଥିବା ଅଭିଯୋଗ ହେଉଛି। ଏଭଳି ଏକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ପଞ୍ଚାୟତ ର ଲିଆଡ ଗ୍ରାମରେ। ସୁଚନା ଯୋଗ୍ୟ ଯେ, କେବିକେ ବିକାଶ ଯୋଜନା (ରାଜ୍ୟ ପ୍ରକଳ୍ପ) ରୁ ୨୦୨୪- ୨୫ଆର୍ଥିକ ବର୍ଷ ରେ ଲିଆଡ ଗ୍ରାମର ଶିବ ମନ୍ଦିର ଠାରୁ ପ୍ରୋଜେକ୍ଟ ରାସ୍ତା ପର୍ଯ୍ୟନ୍ତ କଂକ୍ରିଟ କରଣ ସାଙ୍ଗକୁ ଡ୍ରେନ ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ସାଇନବୋର୍ଡରେ ଉଲ୍ଲେଖ ରହିଛି। ହେଲେ ଶିବ ମନ୍ଦିର ଠାରୁ ପ୍ରୋଜେକ୍ଟ ରାସ୍ତା ପର୍ଯ୍ୟନ୍ତ କଂକ୍ରିଟ କରଣ କିମ୍ବା ଡ୍ରେନ କରା ନ ଯାଇ ଲିଆଡ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଲାଗିଥିବା ପାଚେରୀ ନିକଟରେ ଡ୍ରେନ କରାଯାଇଛି। ହେଲେ କୌଣସି ସ୍ଥାନ ରେ କଂକ୍ରିଟ କାର୍ଯ୍ୟ କରାଯାଇ ନାହିଁ। ସେହିପରି ନିର୍ମାଣ କରାଯାଇଥିବା ଡ୍ରେନ ଉପରେ ଢାଙ୍କୁଣି ମଧ୍ଯ ଦିଆଯାଇ ନାହିଁ କି ଡ୍ରେନ ପାର୍ଶ୍ଵ ରେ ମାଟି ପୋତା ଯାଇ ନାହିଁ। ଖୋଲା ରେ ରହିଯାଇଥିବା ବେଳେ ବିଭିନ୍ନ ସମୟରେ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ରୋଗୀ କିମ୍ବା ଜନସାଧାରଣ ଗାଈ ଗୋରୁ ପ୍ରତି ବିପଦ ରହିଥିବା ଲୋକେ ପ୍ରକାଶ କରିଛନ୍ତି। ଏପରିକି ସରକାରୀ ସ୍ତର ରେ ସାଇନବୋର୍ଡ ସ୍ଵତନ୍ତ୍ର ଭାବରେ ନିର୍ମାଣ କରି ସୁଚନା ରହିବାର ନିୟମ ରହିଛି। ଏଥିପାଇଁ ସ୍ଵତନ୍ତ୍ର ବ୍ୟୟ ଅଟକଳ ମଧ୍ଯ ରହିଥାଏ। ହେଲେ ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ର ପାଚେରୀ ଉପରେ ଲେଖା ଯାଇଛି। ଏଠାରେ ପ୍ରଶ୍ନ ଉଠେ ଯେ, ଏହି କାର୍ଯ୍ୟ ର କଂକ୍ରିଟ ନ କରି ଖୋଲା ଡ୍ରେନ ନିର୍ମାଣ କରାଯାଇ ସରକାରୀ ଅର୍ଥ କୁ ହରିଲୁଟ କରାଯାଇଥିବା ବେଳେ ନିମ୍ନ ମାନର କାର୍ଯ୍ୟ କରାଯାଇ ଯନ୍ତ୍ରୀ ଓ ଠିକାଦାର ସରକାରୀ ନୀତି ନିୟମ କୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଯେଉଁ ଡ୍ରେନ କାମ କରଯାଇଛି ତାହା ପୁଣି ନିମ୍ନ ମାନର ହୋଇଥିବା ବେଳେ ଆବଶ୍ୟକ ସିମେଣ୍ଟ, ବାଲି ସୁରୁକି ମେଟାଲ ମଧ୍ଯ ଦିଆଯାଇ ନାହିଁ ଯାହା ଫଳରେ ଏହାର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କିଛି ବଡ଼ ବଡିଆ ଠିକାଦାର ଏହି କାର୍ଯ୍ୟ ର ଦାୟିତ୍ୱ ତୁଲାଇଥିବା ବେଲେ ସେମାନଙ୍କୁ ଭୟ କରି ସ୍ଥାନୀୟ ଲୋକେ ମୁହଁ ଫିଟାଉ ନ ଥିବା ବେଲେ ନାମ ପ୍ରକାଶ ନ କରିବା ପାଇଁ ଅନୁରୋଧ କରି କହିଛନ୍ତି। ଏ ସଂପର୍କ ରେ ଦାୟିତ୍ୱ ନିର୍ବାହ କରିଥିବା କନିଷ୍ଠ ଯନ୍ତ୍ରୀ ମିନାକ୍ଷୀ ମିଶ୍ର ଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନାହିଁ। ଏପଟେ ସଂପୃକ୍ତ ଯନ୍ତ୍ରୀ ଅନ୍ୟତ୍ର ବଦଳି ହୋଇଥିବା ବେଳେ କାର୍ଯ୍ୟ ର ଦୁର୍ନୀତି ଗନ୍ଧ ବାରି ହୋଇ ପଡ଼ୁଛି। ଏହି କାର୍ଯ୍ୟର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।