କେସିଙ୍ଗା/ କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ରେ କେସିଙ୍ଗା ବନ ବିଭାଗ ପକ୍ଷରୁ ସପ୍ତାହେ ଧରି ବନ ମହୋତ୍ସବ ସପ୍ତାହ ପାଳନ କରିବା ସହିତ ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଉତ୍ସବ ପାଳନ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରଥମ ଦିନରେ ହାତୀଖୋଜ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ହାତୀଖୋଜ ପରିସରରେ କଳାହାଣ୍ଡି ଉତ୍ତର ବନଖଣ୍ଡର କେସିଙ୍ଗା ବନ୍ୟାଞ୍ଚଳ ପକ୍ଷରୁ ବନ ମହୋତ୍ସବ ରେ କେସିଙ୍ଗା ବନ ବିଭାଗ ପକ୍ଷରୁ କଶୃପଡ଼ା ଫରେଷ୍ଟର ବିଶିକେଶନ୍ କରୁଆଁଙ୍କ ଅଧ୍ୟକ୍ଷତା ରେ ହୋଇଥିବା ବେଳେ ବିଦ୍ୟାଳୟ ପରିସରରେ ଆମ୍ବ, କୁଲେର, ଅମଲା ,ଜାମ ସମେତ ଅନେକ ପ୍ରକାର ଚାରା ରୋପଣ କରାଯାଇଥିଲା ଏବଂ ଶ୍ରୀ କାରୁଆଁ ‘ବୃକ୍ଷ ହିଁ ଜୀବନ’ ର ନାରା ଦେଇ ବିଦ୍ୟାଳୟ ଛାତ୍ର ଛାତ୍ରୀ ତଥା ହାତିଖୋଜ ବାସୀଙ୍କୁ ବୃକ୍ଷର ମହତ୍ତ୍ଵ ବିଷୟରେ ବୁଝାଇଥିଲେ । ଉକ୍ତ ବନ ମହୋତ୍ସବ ସପ୍ତାହ ରେ ଫରେଷ୍ଟ ଗାର୍ଡ ରାଜଲକ୍ଷ୍ମୀ ପଧାନ ,ଫରେଷ୍ଟ ଗାର୍ଡ ସୁଜାତା ବାଗ , ଫରେଷ୍ଟ ଗାର୍ଡ ରୁକ୍ମଣୀ ମାଝି ,ପିଏନଜିଓ କର୍ମୀ ଇନ୍ଦ୍ରମଣି ମାଝି, ହାତୀଖୋଜ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧବଳେଶ୍ବର ସାହୁ, ସମିତି ସଭ୍ୟା ମୀନା ନନ୍ଦ, ବିଦ୍ୟାଳୟ ସଭାପତି ଷୌଭାଗ୍ୟ ଭୋଇ , ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ସେହିପରି ବୁଧବାର ଦ୍ୱିତୀୟ ଦିନରେ ବେଲଖଣ୍ଡି ପଞ୍ଚାୟତର ଜିଡି ଉଚ୍ଚ ବିଦ୍ୟାଳୟରେ ବନ୍ୟାଞ୍ଚଳ ଅଧିକାରିଣୀ ସ୍ନିଗ୍ଧାସରିତା ବଳିଆରସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କସୃପଡା ସେକ୍ସନ ବାନପାଲ ବିଶିକେସନ କରୁଆଁ ଙ୍କ ନେତୃତ୍ୱରେ ଉତ୍ସବ ଅନୁଷ୍ଠିତ ହୋଇ ମାଁ ପାଇଁ ଗଛ ଟିଏ ଓ ଶିଶୁ ପାଇଁ ଗଛଟିଏ ଲଗାଇବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଯାଇ ସ୍କୁଲ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇ ଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କଶ୍ରୁପଡ଼ା ସେକ୍ସନ ବନରକ୍ଷୀ ରାଜଲକ୍ଷ୍ମୀ ପଧାନ,ସୁଜାତା ବାଗ,ରୁକ୍ମଣୀ ମାଝୀ, ସ୍କୁଲ ର ସହକାରୀ ଶିକ୍ଷକ ପୁଷ୍ପଧ୍ୱଜ ବାଗ, ଧନଞ୍ଜୟ ରଣା, ସୁଜନ ଛତ୍ରିଆ, ମନବୋଧ ପଧାନ, ଛାତ୍ର ଛାତ୍ରୀ ଓ ପି ଏନ୍ ଜି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।