୧୬ ଦିନରେ ସଚେତନ ନାଗରିକ ମଞ୍ଚର ଆନ୍ଦୋଳନ

  • ଅନଶନରେ ବସିଲା କେସିଙ୍ଗା ଓକିଲ ସଂଘ
  • ମିଳୁନି ପ୍ରତିଶ୍ରୁତି ସମାପ୍ତ ହେଉନାହିଁ ଆନ୍ଦୋଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅଞ୍ଚଳର ବିକାଶ ପାଇଁ ୧୦ ଦଫା ଦାବି ନେଇ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅନଶନ ଇତିମଧ୍ୟରେ ୧୬ ତମ ଦିନରେ ପହଞ୍ଚିଥିଲେ ମଧ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ମିଳିପାରି ନାହିଁ। ସରକାରଙ୍କ ବୈମାତୃକ ମନୋଭାବ କେସିଙ୍ଗା ପ୍ରତି ଜଳ ଜଳ କରି ଦେଖାଯାଉ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଆନ୍ଦୋଳନକୁ ସମର୍ଥନ ଜଣାଇ ଦିନକୁ ଦିନ ବିଭିନ୍ନ ସଂଗଠନର ସାମିଲ ହେଉଥିବା ଦେଖିବାକୁ ମିଳୁଛି।୧୪ ତମ ଦିନରେ ଅନଶନରେ ବସିଥିଲେ କେସିଙ୍ଗା ବ୍ଲକର ସରପଞ୍ଚ ସମୂହ ଏବଂ ୧୬ ତମ ଦିନରେ କେସିଙ୍ଗା ଓକିଲ ସଂଘ ର ସଭାପତି ଚିତ୍ତରଞ୍ଜନ ଭୋଇ ଓ ସଂପାଦକ ଯୁଗଳ କିଶୋର ଦୀପଙ୍କ ନେତୃତ୍ୱରେ କେସିଙ୍ଗା ଓକିଲ ସଂଘର ଅନ୍ୟ କର୍ମକର୍ତ୍ତା ମାନେ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଆନ୍ଦୋଳନକୁ ସମର୍ଥନ କରି କେସିଙ୍ଗା ବିକାଶରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବି ସନ୍ତୋଷ ଦାସ , ସୁନ୍ଦର ବାବୁ ପାତ୍ର, ଶମ୍ଭୁ ପ୍ରସାଦ ପଣ୍ଡା,ଦେବେନ୍ଦ୍ର ଭୁଜବଳ, କାମପାଳ ସାହା, ହରି ତାଣ୍ଡି,ସଞ୍ଜୀବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।