ମୋହ ଗିରି ଶିବ ମନ୍ଦିର ପରିସରରେ ବୃକ୍ଷ ରୋପଣ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ମୋହନ୍ ଗିରି  ଧବଳେଶ୍ବର ଶିବ ମନ୍ଦିର ପରିସରରେ ମ, ରାମପୁର ବନବିଭାଗ ପକ୍ଷରୁ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ମ, ରାମପୁର ବନାଞ୍ଚଳ ଅଧିକାରୀ ତଥା ଏସିଏଫ ଅତିସ କୁମାର ଦାସଙ୍କ ନେତୃତ୍ବରେ ବନମହୋତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ, ରାମପୁର ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା, ମୋହନ ଗିରି ମଣ୍ଡଳ ସଭାପତି ଖିଷ୍ଠଦତ ରାଉତ, ସମାଜସେବୀ ନବୀନ କୁମାର ପ୍ରଧାନ, ବନବିଭାଗ ର କର୍ମଚାରୀ ଯୋଗ ଦେଇଲେ ବୃକ୍ଷ ରୋପଣ କରିବା ସହିତ ଅତିଥି ମାନେ ସାଧାରଣ ଜନତା କୁ ଅନୁରୋଧ କରିଥିଲେ ବୃକ୍ଷ ହିଁ ଜୀବନ ଗଛ ଟିଏ ଲଗାନ୍ତୁ ଜଙ୍ଗଲ କୁ ସୁରକ୍ଷା କରନ୍ତୁ ବୋଲି କହିଥିଲେ।