ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ଆମପାଣି ସ୍ଥିତ ବୁଢ଼ାରଜା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଗୁରୁବାର ୭୯.ତମ ବନ ମହୋତ୍ସବ ପାଳିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୁରଜ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଆମ ଜଙ୍ଗଲ କମିଟିର ଦୁର୍ଗା ପ୍ରସାଦ ମିଶ୍ର ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀ ମାନଙ୍କୁ ବୃକ୍ଷର ଉପକାରୀତା ଉପରେ ଆଲୋକପାତ କରିଥିଲେ। ଏହି କ୍ରମରେ ସ୍କୁଲ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। ଏଥି ସହିତ ବିଦ୍ୟାଳୟରେ ଥିବା ବୋଟାନିକାଲ ଗାର୍ଡେନ ବୁଲି ଦେଖିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିତେନ୍ଦ୍ର ପଣ୍ଡା, ଆମପାଣି ଫରେଷ୍ଟର ରାଜେନ୍ଦ୍ର ନାଏକ, ନାରାୟଣ ବାଗ, ନମିତା ରାଣୀ ନାଗ, ମନୋରଞ୍ଜନ ମହାପାତ୍ର, ଭାରତ କୁମାର ସେଠି, ତ୍ରିବୀକ୍ରମ ନାଏକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ବୃକ୍ଷ ରୋପଣ କରିଥିଲେ। ଶିକ୍ଷକ ଲୋକନାଥ ରାଉତ, ଦୟାସଙ୍ଗ ନାଏକ, ଲୋକନାଥ ସାହୁ, ବିଶମ୍ବର ଧଙ୍ଗଡା ମାଝୀ, ଚୁଡ଼ାମଣି ମହାନନ୍ଦ, ବିନିତ କୁମାର ମିଶ୍ର, ପ୍ରଶାନ୍ତ କୁମାର ପଣ୍ଡା, ମନ୍ଦାକିନୀ ନାଏକ, ହିମାଂଶୁ ମହାନନ୍ଦ, ତପନ କୁମାର ମେହେର ପ୍ରମୁଖ ସହଯୋଗ କରିଥିଲେ। ଶିକ୍ଷକ ଭାଗ୍ୟବାନ ବାଗ ପଥପ୍ରାନ୍ତ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।