କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି କେସିଙ୍ଗା ର ଅଗ୍ରଣୀ ସାମାଜିକ ଗଣମାଧ୍ୟମ ସତ୍ୟ ର ସ୍ୱର କେସିଙ୍ଗା ଟିମ୍ ତରଫରୁ ଏକ ବୃକ୍ଷରୋପଣ କାର୍ଯକ୍ରମ କେସିଙ୍ଗା ୱାର୍ଡ ନମ୍ବର ୧ ସ୍ଥିତ ବାଗଡ ଗୌରୀ ଶଙ୍କର ମନ୍ଦିର ପରିସର ରେ ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ନୃପରାଜ ଯାଦବ ଯୋଗ ଦେଇ ମନ୍ଦିର ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ର ସ୍ୱର କେସିଙ୍ଗା ଟିମ୍ ରୁ ଅନିଲ କୁମାର ନାଗ, ଟିକେରାମ ତାଣ୍ଡି, ପରମା କରୁଆଁ, ଜ୍ୟୋତିରଂଜନ ମହାରଣା, ମହେଶ୍ୱର ନାଏକ, ସଂଗ୍ରାମ କେଶରୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ଉକ୍ତ ବୃକ୍ଷରୋପଣ କାର୍ଯକ୍ରମ ରେ ସତମନ ଘିଭେଲା ମଧ୍ୟ ସହଯୋଗ କରିଥିଲେ। ଆଗାମୀ ଦିନରେ ସତ୍ୟ ର ସ୍ୱର ଟିମ୍ ତତଫରୁ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଯିବା ବୋଲି ସୂଚନା ଦିଆଯାଇଛି।

