କାଶୀପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଞ୍ଜନ କୁମାର ନାଏକ) : ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ର ନିର୍ଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇଥିବା ସ୍ଥଳେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଚୟନ ହେତୁ ସଂଘଟନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ କର୍ମୀ ମତ ସଂଗ୍ରହ କାର୍ଯ୍ୟକ୍ରମ ଜିଲ୍ଲାର ୧୧ ବ୍ଲକରେ ଜୋର ଧରିଛି। ଏହି କ୍ରମେ କର୍ଣ୍ଣାଟକ ରାଜ୍ୟ ବିଧାୟକ ଏଆଇସିସି ପର୍ଯ୍ୟବେକ୍ଷକ ରିଜୱାନ ଅର୍ଶଦ ଏଆଇସିସିର ନିର୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଚୟନର ଦାୟିତ୍ୱ ନେଇଁ ରାୟଗଡା ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ପରିପେକ୍ଷୀରେ ତୃତୀୟ ଦିବସ ସଂଗଠନ ସୃଜନ ଅଭିଯାନ ଓ ସଭାପତି ଚୟନର କର୍ମୀ ମତ ସଂଗ୍ରହ କାର୍ଯ୍ୟକ୍ରମ କାଶୀପୁର ହନୁମନ ମନ୍ଦିର ପ୍ରାଙ୍ଗଣ ଠାରେ ଆୟୋଜନ କରାଯାଇଥିଲା।ଅତିଥିଙ୍କୁ ପ୍ରଥମେ ପୁଷ୍ପ ମାଲ୍ୟ ଓ ଉପଢୌକନ ଦେଇ କାର୍ଯ୍ୟସ୍ଥଳକୁ ପାଛୋଟି ନିଆଯାଇଥିଲେ। କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ତରଫରୁ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ଚିନ୍ମୟ ସୁନ୍ଦର ଦାସ, ବଳଭଦ୍ର ମାଝୀ, ଅଖିଳ ଭତ୍ରା ଓ ରାୟଗଡା ବିଧାୟକ କାଡ୍ରାକା ଆପଲସମୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ଓ ନିୟମାବଳୀ ବିଷୟରେ ସମସ୍ତ ପର୍ଯ୍ୟବେକ୍ଷକ ମାନେ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମଟିକୁ ରାୟଗଡା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ ସମସ୍ତ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ କାଶୀପୁର ବ୍ଲକର ୨୪ଟି ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ନିଜ ମତ ପ୍ରଦାନ କରିଥିବା ଜଣା ପଡିଥିଲା।