ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ସ୍ଥିତ ବାପୁଜି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ତେନ୍ତୁଳୀଖୁଣ୍ଟି ବ୍ଲକ ମିଳିତ ଶିକ୍ଷକ ସଂଘ ଦ୍ଵାରା ଗୁରୁଦିବସ ପାଳନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗଦେଇ ଥିବା ବେଳେ ଏ ବି ଓ ପ୍ରଫୁଲ ପଟନାୟକ, ଡି ଡୋବୁଲୁ ଓ ପାଲକା ରବୀନ୍ଦ୍ର, ବି ଇ ଓ ପ୍ରଦୀପ କୁମାର ଦାସ, ଏମ ଆଇ, ଏ ବି ଓ ମଧୁସୂଦନ ବାଗ, ବିଡ଼ିଓ ମୋନଜ କୁମାର ପାଣିଗ୍ରାହି,ନବରଙ୍ଗପୁର ଏ ଡି ଇ ଓ ,ବାପୂଜି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆନନ ଭତ୍ରା ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ୧୨ଜଣଙ୍କୁ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସଂମାନ ସହ ବିଦାୟ କାଳୀନ ପରିଚୟ ପତ୍ର ପ୍ରଦାନ କରିଥିଲେ। ନବରଙ୍ଗପୁର ଓୟୁଜେ ସଂଘ ଦ୍ୱାରା କିଛି ଶିକ୍ଷକ ଙ୍କୁ ସମ୍ମାନିତ କରିଥିଲେ ତେନ୍ତୁଳୀଖୁଣ୍ଟି ସାମ୍ବାଦିକ। ଏହି କାର୍ଯ୍ୟକ୍ରମରେ ତେନ୍ତୁଳୀଖୁଣ୍ଟି ବ୍ଲକ ର ସମସ୍ତ ସଂଘ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।