ସତ୍ୟ ନାରାୟଣ ସାହୁଙ୍କୁ ମ, ରାମପୁର ବ୍ଲକ ବିଜେଡି ସଭାପତି ଦାୟିତ୍ୱ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଟାଉନ ହଳ ଠାରେ ଏକ ବିଜେଡି ତରଫରୁ ଆୟୋଜିତ ସମ୍ବର୍ଧନା ସଭାରେ ନୂତନ ଭାବେ ରାଜ୍ୟ ବିଜେଡ଼ି ସଭାପତି ବିଜେଡି ଦଳ ସୁପ୍ରିମୋ ନବିନ ପଟ୍ଟନାୟକ ଅନୁମୋଦନ କରିଥିବା କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ତଥା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଦୀପ ଦିଶାରିଙ୍କୁ ବିଜେଡି ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧନା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ଯଶଙ୍କର ମିଶ୍ର ଏବଂ ଜିଲ୍ଲାର ସମସ୍ତ ବିଜେଡି ନେତାଙ୍କ ଉପସ୍ଥିତି ରେ ଜିଲ୍ଲାର ସମସ୍ତ ବ୍ଲକ ବିଜେଡି ସଭାପତି ଘୋଷଣା କରିଥିଲେ । ସେଭଲି ମ.ରାମପୁର ବ୍ଲକ ଯୁବ ବିଜେଡି ଦଳ ସଭାପତି ଭାବେ କାର୍ଯ୍ୟ କରିଆସୁଥିଲେ ତାଙ୍କର ଦଳ ପ୍ରତି ଆନ୍ତରିକତା ରହିଥିବା ଏବଂ ଦଳକୁ ସଂଗଠିତ ରଖିଥିବା ନେଇ ବ୍ଲକ ବିଜେଡି ସଭାପତି ଭାବେ ଚୟନ ହୋଇଛନ୍ତି ଯୁବ ବିଜେଡି ଦଳ ବ୍ଲକ ସଭାପତି ତଥା ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ସାହୁ। ଶ୍ରୀ ସାହୁଙ୍କ ନାମ ଘୋଷଣା ପରେ ମ.ରାମପୁର ବ୍ଲକରେ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି।