ଇନ୍ଦ୍ରାବତୀ ମାଛ କୁ ମିଳିବ ମାନ୍ୟତା : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗ ତତ୍ପର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର ପ୍ରଗତିର ପ୍ରଥମ ପାହାଚ ଜିଲ୍ଲାର ଗର୍ବ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଆଜି କଳାହାଣ୍ଡି ଗର୍ବିତ। ଇନ୍ଦ୍ରାବତୀ ର ପାଣିରେ ଚାଷ କାମ ହେବା ସହିତ ବିଜୁଳି ଉତ୍ପାଦନ ମଧ୍ୟ ହେଉଛି। ବର୍ତ୍ତମାନ କଳାହାଣ୍ଡି ସ୍ୱଦେଶୀ ଜାଗରଣ ମଞ୍ଚ ଓ ସ୍ୱାବଲମ୍ବୀ ଭାରତ ଅଭିଯାନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଇନ୍ଦ୍ରାବତୀ ଜଳ ପ୍ରକଳ୍ପରେ ଥିବା ବିଭିନ୍ନ ପ୍ରକାରର ମାଛ କୁ ଇନ୍ଦ୍ରାବତୀ ମାଛର ମାନ୍ୟତା ପ୍ରଦାନ ପାଇଁ ଉକ୍ତ ସାଂଗଠାନିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପ୍ରସ୍ତାବ ଦେଇ ଅନୁରୋଧ କରିଛନ୍ତି । ଉକ୍ତ ପ୍ରସ୍ତାବ ଶୁଣିଲା ପରେ ଓ ଅନୁଧ୍ୟାନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଟି ଯଥାର୍ଥ ଲାଗିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ସରକାର ଙ୍କ ଫିସରି ଭିବାଗର ନିର୍ଦ୍ଦେଶକ ଙ୍କୁ ପତ୍ର ଲେଖି ଉକ୍ତ ପ୍ରସ୍ତାବ ଉପରେ ବିଚାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯାହାର ପତ୍ର ସଂଖ୍ୟା ୧୩୯୧୩/ ୧୧/୯/୨୦୨୫ ଅଟେ। ସରକାରୀ ପତ୍ର ଅନୁଯାୟୀ ସରକାରଙ୍କ ପକ୍ଷରୁ ଫିସେରି ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରକାରର ପ୍ରକଳ୍ପ ମଧ୍ୟରୁ ଯେଉଁ ପ୍ରକଳ୍ପରେ ଉକ୍ତ ପ୍ରସ୍ତାବ ଟି ଯଥାର୍ଥ ବିବେଚିତ ହେବ ଉକ୍ତ ପ୍ରକଳ୍ପ ରେ ପ୍ରସ୍ତାବ କୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ପ୍ରକାଶ ଥାଉକି ଚିଲିକା ରେ ମଧ୍ୟ ସେମିତି ଏକ ପ୍ରକଳ୍ପ ରେ ଚିଙ୍ଗୁଡ଼ି ଚାଷ କରାଯାଇ ଅଞ୍ଚଳର ମସ୍ୟଜୀବି ଙ୍କ ଆର୍ଥିକ ଅନଟନ ଦୂର କରାଯାଇଥିଲା। ସେମିତି କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ରେ ମଧ୍ୟ ଏକ ପ୍ରକଳ୍ପ କଲେ ଅଞ୍ଚଳର ମସ୍ୟଜିବି ଙ୍କୁ ରୋଜଗାର ମିଳିବା ସହିତ କଳାହାଣ୍ଡି ର ମାଛ ଇନ୍ଦ୍ରାବତୀ ଫିସ ବ୍ରାଣ୍ଡ ଭାବରେ ସାରା ଭାରତ ବର୍ଷ ରେ ନାମ କମାଇବ।ମୁଖ୍ୟମନ୍ତ୍ରୀ ଙ୍କ ଉକ୍ତ ବିଷୟ ଉପରେ ଗୁରୁତ୍ୱାରୋପ କରିଥିବାରୁ ଅଞ୍ଚଳବାସୀ ଙ୍କ ସଙ୍ଗେ ସଙ୍ଗେ କେସିଙ୍ଗା ର ଯୁବ ସଂଗଠକ ସୁରେଶ ରାଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।