ସିଟିଜନ ଫୋରମ ବୈଠକରେ ଏସଡିପିଓ ଏବଂ ଥାନା ଅଧିକାରୀ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୁଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସିଟିଜନ ଫୋରମ ପକ୍ଷରୁ ଏକ ବୈଠକ ଫୋରମର ସଭାପତି ଡାକ୍ତର ହେମସାଗର ସାହା ଙ୍କ ସଭାପତିତ୍ବ ଅନୁଷ୍ଟିତ ହୋଇଯାଇଛି । ବୈଠକରେ କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀ ଓ କେସିଙ୍ଗା ଥାନା ର ନୂତନ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ବାଳ ଉପସ୍ଥିତ ରହି ଫୋରମ୍ ର ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିଲେ । ମୁଖ୍ୟତଃ ସହରର ଟ୍ରାଫିକ ସମସ୍ୟା ,ଅପରାଧ, ବେଆଇନ ଭାବରେ ସ୍ଥାନେ ସ୍ଥାନେ ହେଉଥିବା ମଦ ବିକ୍ରି ,ସହର ମଧ୍ୟରେ ରହିଥିବା କବାଡ଼ି ଖାନା, ଜନବସତି ଅଞ୍ଚଳରେ ଥିବା ଗୋଦାମ ଯୋଗୁଁ ଉପୁଜୁଥିବା ସମସ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାସହ ଅତିଥି ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା । ଯାହାର ଉତ୍ତର ରଖିଥିଲେ ଦୁଇ ଅଧିକାରୀ । ଭାରିଯାନ ଚଳାଚଳ ଯୋଗୁଁ ସହର ମଧ୍ୟରେ ହେଉଥିବା ଟ୍ରାଫିକ ସମସ୍ୟା ସହର ମଧ୍ୟରେ ଚୋରି ଲୁଟ ଭଳି ଘଟଣା ଯୋଗୁଁ ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଫୋରମ୍ ପକ୍ଷରୁ ଦାବି କରାଯାଇଥିଲା । ସେହିଭଳି ଟିଟିଲାଗଡ଼ କୁ ସଂଯୋଗ ତେଲ ନଦୀ ପୋଲ ନିକଟରେ ଏକ ପୁଲିସ ଆଉଟପୋଷ୍ଟ ନିର୍ମାଣ କରିବା,ସହରରେ ବେଆଇନ ଭାବରେ ଗଳି ଗଳି ରେ ମଦ ବିକ୍ରି ବନ୍ଦ କରିବା ପ୍ରଭୃତି। ଏ ସବୁ ଉପରେ ଖୁବଶିଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ ପ୍ରକାଶ କରିଥିଲେ । ଦୁର୍ଘଟଣା ବୃଦ୍ଧି ସମସ୍ୟା ଉପରେ ପ୍ରଶ୍ନର ଉତ୍ତରରେ ଏସ ଡି ପି ଓ ଶ୍ରୀମାଝୀ କହିଥିଲେ ଯେ ପ୍ରତ୍ୟକ ମାସରେ ମଦ୍ୟପାନ ଗାଡିଚାଳନା ଜନିତ ମାମଲା ରୁଜୁ କରାଯାଉଛି । ଗତ ମାସରେ ୨ ଲକ୍ଷ ୬୦ ହଜାରରୁ ଅଧିକ ଅର୍ଥ ଜରିମାନା ଆକାରରେ ଆଦାୟ କରାଯାଇଛି । ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରାଯାଉଛି ଓ ଆଗକୁ ଯଦି ଲୋକେ ୧୧୨ କୁ କଲ କରି ସୁଚନା ଦେଲେ ରୋଡ଼ ରୋମିୟ ଙ୍କୁ ସାବାଡ଼ କରାଯିବ। ସହର ମଧ୍ୟରେ ରହିଥିବା ଏକ କବାଡ଼ି ଖାନା କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଦାବି ହୋଇଥିଲା । ଏହା ସହିତ ଜନବସତି ଅଞ୍ଚଳରେ ବିଭିନ୍ନ ଗୋଦାମ ରଖି ସାମଗ୍ରୀ ଆମଦାନୀ ରପ୍ତାନି କରା ଯାଉଥିବାରୁ ସେ ଅଞ୍ଚଳରେ ବସବାସ କରୁଥିବା ଲୋକେ ହଇରାଣ ହେଉଛନ୍ତି ଏ ସବୁକୁ ଚିହ୍ନଟକରି ସ୍ଥାନାନ୍ତରିତ କରିବାକୁ ଦାବି ହୋଇଥିଲା । ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ ଦୁଇ ଅଧିକାରୀ । ବୈଠକରେ ଅନେକ ଫୋରମ୍ ସଦସ୍ୟ,ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଫୋରମ ର ସମ୍ପାଦକ ବି ଚନ୍ଦ୍ର ଶେଖର ଆଚାରି ଧନ୍ୟବାଦ ପ୍ରଦାନ କରିଥିଲେ ।