କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଆଉ କେଇଟା ଦିନ ପରେ ବର୍ଷକ ପାଇଁ ମୌସୁମୀର ପ୍ରତ୍ୟାବର୍ତ୍ତନ ହେବ କୋଉଠି ମୌସୁମୀର ପ୍ରଭାବ ରେ ବନ୍ୟା ହେଉଛି ତ କେଉଁଠି ବର୍ଷା ନ ହେବା ଫଳରେ ଚାଷୀ ଇନ୍ଦ୍ର ଦେବତାଙ୍କୁ ସୋଦୁଛନ୍ତି । କୋଉଠି ବର୍ଷା ଯୋଗୁଁ ରାସ୍ତାଘାଟ ଖରାପ ହୋଇ ଯାଇଥିବା ବେଳେ କୋଉଠି ବର୍ଷା ଯୋଗୁଁ କୃତ୍ରିମ ବନ୍ଧ ନିର୍ମାଣ ହୋଇ ଯାଇଛି। ସେମିତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କସୃପଡ଼ା ଗ୍ରାମ ପଞ୍ଚାୟତ ର ଏନ୍ ଏଚ ୨୬ କଡ଼ରେ ଥିବା ବିନେକେଲା ଗ୍ରାମରେ ବର୍ଷା ଋତୁରେ ଗ୍ରାମବାସୀ ବର୍ଷା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ।କିଛି ଗ୍ରାମବାସୀ ଙ୍କ ଜବର ଦଖଲ ଓ ନିମ୍ନ ମାନର ଡ୍ରେନେଜ୍ ପ୍ରଣାଳୀ ଯୁଗୁଁ ବର୍ଷା ପାଣି ସ୍ଥାନେ ସ୍ଥାନେ ଜମି ରହୁଛି।ରାସ୍ତା ରେ ପାଣି ଜମି ରହିବା କଥା ତ ବୁଝାପଡୁଛି ହେଲେ ପ୍ରାୟ ବର୍ଷା ପାଣି ଯାଇ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ କୃତ୍ରିମ ବନ୍ଧ ସୃଷ୍ଟି ହେଇଛି। ଫଳରେ ଅଙ୍ଗେନବାଡି ଦିଦି ଙ୍କ ସମେତ କେନ୍ଦ୍ର ରେ ପାଠ ପଢିବା ପାଇଁ ଯାଉଥିବା ଛୋଟ ଛୋଟ କୁନି ଛୁଆ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଛୁଆ ମାନେ ଛାତିଏ ପାଣି ପାର ହୋଇ କେନ୍ଦ୍ରକୁ ଯାଉଛନ୍ତି।ଉକ୍ତ ସମସ୍ୟା ଉପରେ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି କେସିଙ୍ଗା ବ୍ଲକ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସମାଧାନ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଶେଷରେ ଗ୍ରାମବାସୀ ଙ୍କ ସମେତ କିଛି ସ୍ଵୟଂ ସହାୟକ ଗୋଷ୍ଠୀର ମାଁ ମାନେ ଜିଲ୍ଲାପାଳ ଙ୍କ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଥିଲେ ହେଲା ବର୍ଷା ଋତୁ ସାରିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ଥିବା କୃତ୍ରିମ ବନ୍ଧ ଉପରେ ନା ନିର୍ବାଚିତ ପ୍ରତିନିଧି ଙ୍କ ନଜର ପଡୁଛି ନା ସ୍ଥାନୀୟ ଅଧିକାରୀ ଙ୍କ ନଜର ପଡୁଛି। ଯଥା ଶୀଘ୍ର ଅଙ୍ଗେନବାଡି କେନ୍ଦ୍ର ସମ୍ମୁଖରେ ଥିବା କୃତ୍ରିମବନ୍ଧ ର ପାଣିକୁ ନିଷ୍କାସନ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।