କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଏସବିଆଇ ଓ ରାମକି ଫାଉଣ୍ଡେସନ ଓ ଡ଼ଙ୍ଗ୍ରିପଦର ସରକାରି ପ୍ରାଥମିକ ବିଦ୍ୟାଳୟ ର ମିଳିତ ସହଯୋଗରେ ଆଜି ଭବାନୀପାଟଣା ବ୍ଲକ ଡ଼ଙ୍ଗ୍ରୀପଦର ପ୍ରାଥମିକ ବିଦ୍ୟାଳୟ ରେ ଏକ ବିଶେଷ ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଇଯାଇଛି। ବିଦ୍ୟଳୟ ର ପରିଚାଳନା କମିଟି ଅଧ୍ୟକ୍ଷ ରାତ୍ର ପରାଭୋଇ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅମିତା ମାହାପାତ୍ର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ସୁଷମା ନାୟକ ସହକାରୀ ଶିକ୍ଷକ ପ୍ରତାପ କୁମାର ପଣ୍ଡାଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ଟି ଵିଶେଷ ଶିଶୁ ରେଗ ବିଶେଷଜ୍ଞ ଡାକ୍ତର ଶିବପ୍ରସାଦ ଆଚାର୍ଯ୍ୟଙ୍କ ତତ୍ୱବାଧାନ ରେ ଆୟୋଜିତ ହେଇଯାଇଛି। ଏହି ସ୍ୱତନ୍ତ୍ର ଶିବିର ରେ ପ୍ରାୟ ୩୦୫ ଜଣ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଶିଶୁ ରେଗ ପରୀକ୍ଷା କରିବା ସହ ସ୍ବାସ୍ଥ୍ୟ ଏବଂ ଆଗାମୀ ରିତୁ ପରିବର୍ତ୍ତନ ପରେ ହେବାକୁଥିବା ରୋଗ ଉପରେ ମଧ୍ୟ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ପାଖ ପାଖ ଅଂଚଳର ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗଦାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ରାମକି ଫାଉଣ୍ଡେସନ ର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ଏବଂ ବିଦ୍ୟାଳୟ ର ସହଯୋଗୀ ଶିକ୍ଷକ ପ୍ରଶାନ୍ତ ସାହୁ, ସୁଶ୍ରୀ ପ୍ରଜ୍ଞାରଞ୍ଜନ ନାଗ, ସିସିଏଚ ତାନେ ଯାନି ଏବଂ ସୁବର୍ନା ଯାନି ସହଯୋଗ ରେ ଅନୁଷ୍ଠିତ ହୋଇଥିଲା।ସ୍ୱାସ୍ଥ୍ୟ ସଚେତନତା ଉପରେ ରାମକି ଫାଉଣ୍ଡେସନ ଶିବିର କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ସ୍ୱାସ୍ଥ୍ୟକୁ ସୁଧରିବା ରେ ମୁଖ୍ୟ ଭୂମିକା କରିଆସୁଛି ଏବଂ ଏପରି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନା ଶିବିର କରି କଳାହାଣ୍ଡି ରେ ତାର ସେବା ତାଙ୍କ ଅନୁଷ୍ଠାନ ଜରିଆରେ କରିଆସୁଛନ୍ତି। ରାମକି ସଂସ୍ଥାର କଳାହାଣ୍ଡି ର ପିସି , ଭେଷଜ ବିତରକ ଜୋଷ୍ଣା ରାଣୀ ବେହେରା, ନର୍ସି ପଙ୍କଜିନି ରଣା, ଏଲଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ, ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସହକାରି ଶିକ୍ଷକ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।