ଡାକ୍ତର ଆଶୁତୋଷ ମିଶ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଆଶୁତୋଷ ମିଶ୍ରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସଭାଗୃହ ଠାରେ ମଙ୍ଗଳବାର ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଡାକ୍ତର ମିଶ୍ର ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚାକିରୀ ଜୀବନ ଆରମ୍ଭ କରିଥିଲେ ଓ ସେବା ଜାରି ରଖିଥିଲେ। ଦୀର୍ଘ 3୩ ବର୍ଷ ଧରି ମୈଦଲପୁର ଠାରେ ସେବା ଯୋଗାଇ ଆସୁଥିଲେ। ବର୍ତମାନ ତାଙ୍କୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବଦଳି ହୋଇଛି। ଏଣୁ ଆଜି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଶ୍ରୀ ମିଶ୍ର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଆଜିର ବିଦାୟ କାଳୀନ ସମ୍ବର୍ଦ୍ଧନା ସମୟରେ ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ମୈଦଲପୁର ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ, ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଯାଦବ, ଡାକ୍ତର ମାନସ ରଞ୍ଜନ ପାଣିଗ୍ରାହୀ ଓ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଡାକ୍ତର ମିଶ୍ର ଙ୍କ ଭବିଷ୍ୟତ ଉଜ୍ବଳ କାମନା କରିବା ସହ କେକ କାଟି ବିଦାୟ ଜଣାଇଥିଲେ।