ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଘଟିଛି ଅଭାବନିୟ ଘଟଣା। କୋର୍ଟ ହାଜତ କୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ। ପରିତ୍ୟକ୍ତ ଘର ଭିତରୁ ଅଭିଯୁକ୍ତକୁ କାବୁ କଲେ ଏକ୍ସସାଇଜ ପୋଲିସ। ସୂଚନା ଅନୁଯାଇ ଆଜି ଦାରିଙ୍ଗବାଡି ଅବକାରୀ ବିଭାଗ ୱାଇସି ସାଗର ଭୋଇଙ୍କ ସମେତ ଅବକାରୀ ଟିମ ବାଇମାଲା ଚେଗେଟ ନିକଟରେ ପେଟ୍ରଲିଙ୍ଗ କରୁଥିବାବେଳେ ବାଲିଗୁଡ଼ାରୁ ଏକ ଅଟୋ ଯୋଗେ ତିନି ଜଣ ବ୍ୟକ୍ତି ୪୪ କେଜି ଗଞ୍ଜେଇ ଧରି ଯାଉଥିବାବେଳେ ଅବକାରୀ ବିଭାଗ ମାଡ଼ି ବସିଥିଲା। ସନ୍ଧ୍ୟା ସୟରେ ତିନି ଅଭିଯୁକ୍ତକୁ ବାଲିଗୁଡ଼ା କୋର୍ଟ ପରିସରରୁ ବୋଲରୋ ଗାଡ଼ି ରୁ ଓଲ୍ହାଇବା ବେଳେ ପୋଲିସ ଅବହେଳାର ସୁଯୋଗ ପାଇଁ ପୋଲିସକୁ ଧକ୍କା ମାରି ଜଣ ଅଭିଯୁକ୍ତ ବାଲିଗୁଡ଼ା ଥାନା ଲାଇନପାଲି ଗ୍ରାମ ଇରା ମଲିକ ଏଲ ଆଇସି କଲୋନୀ ଅନ୍ଧାର ରାସ୍ତାରେ ଦୌଡ଼ି ପଳାଉ ଥିଲା। ଅବକାରି ପୋଲିସ ପିଛା କରି ଏକ ସରକାରୀ ପରିତ୍ୟକ୍ତ ଘର ଭିତରୁ ଅଭିଯୁକ୍ତକୁ କାବୁ କରି ଧରିବାରେ ସକ୍ଷମ ହୋଇଥିଲେ। କୋର୍ଟ ପରି ସରରୁ ଅଭିଯୁକ୍ତ ଚମ୍ପଟ ମାରିବା ବାଲିଗୁଡ଼ା ଅଞ୍ଚଳରେ ପ୍ରଥମଥର ହୋଇଥିବା ଯୋଗୁଁ ବାଲିଗୁଡ଼ା ଅଞ୍ଚଳରେ ଚଞ୍ଚଲ୍ୟ ଖେଳି ଯାଇଛି।