କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଆମପାଣି ମଣ୍ଡଳ ଡୁଡୁକାଠେଙ୍ଗା ପଞ୍ଚାୟତ ଦର୍ଲିପଡା ଛକଠାରେ ଆସନ୍ତା ୨୭ ତାରିଖରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ପାଇଁ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ପାଳନ “ସେବା ସପ୍ତାହ” ଅବସରରେ ଏହି ଶିବିର ଅନୁଷ୍ଠିତ ହେବ। ଏନେଇ ବିଜେପି ପକ୍ଷରୁ ଡୁଡୁକାଠେଙ୍ଗା ଠାରେ ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ରଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀସ୍ତରୀୟ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରର ସଂଯୋଜକ ଅପରେସ ସ୍ବାଇଁ ଏବଂ ହିମାଂଶୁ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମର ସୁପରିଚାଳନା ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ କେମିତି ମାଗଣା ସ୍ୱାସ୍ଥ୍ୟ ସେବା ପାଇ ଏହାର ଲାଭ ପାଇପାରିବେ ସେଥିପ୍ରତି ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିରେ ମଣ୍ଡଳ ସାଧାରଣ ସମ୍ପାଦକ ତୁଲାରାମ ନାଏକ, ଦ୍ରୋଣାଚାର୍ଯ୍ୟ ପୁଝାରୀ, ଗରୁଡଧ୍ୱଜ ମାଝି, ଚକ୍ରଧର ବେଶ୍ରା, ନକୁଲ ନାଏକ, ସ୍ଥାନୀୟ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରୀୟା ନାଗ, ବନମାଳୀ ବାଗ, ମକରନ୍ଦ ବାଗ, ସନାତନ ସୁନାନୀ, ରଘୁନାଥ ଖମାରୀ, ଟଙ୍କଧର ନାଏକ, ଧନୁର୍ଯ୍ୟ ବାଗ, ଖଗେଶ୍ବର ବାଣୁଆ, ବଂଶି ନାଗ, ରିତେଶ କୁମାର ମୁଣ୍ଡ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।