କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ ଇନସେନଟିଭଜେଷ୍ଟ ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ଦାବି କରି ଆସୁଛନ୍ତି। ସଂଘର ବାରମ୍ବାର ଦାବି ସତ୍ତ୍ୱେ ସରକାର ସୁଣୁ ନାହାନ୍ତି। ଏହାକୁ ନେଇ ସୋମବାର କୋକସରା ବ୍ଲକ ଜିପିଏଲ୍ଏଫ୍ କର୍ମୀ ସଂଘ ତରଫରୁ ୨୧ ଗୋଟି ଜିପିଏଲ୍ଏଫ୍ ର କମ୍ୟୁନିଟି ସପୋର୍ଟ ଷ୍ଟାଫ ବ୍ଳକ କାର୍ଯ୍ୟାଳୟ ଆଗରେ ଜୋରଦାର ଗର୍ଜିବା ସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣାରେ ବସିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ଗତ ୬ମାସ ହେଲା ବିଡ଼ିଓ, ଜିଲ୍ଲାପାଳ, ମିଶନ ଶକ୍ତି ବିଭାଗର ମନ୍ତ୍ରୀଙ୍କୁ ପୂର୍ବରୁ ପାଉଥିବା ନିର୍ଦ୍ଧାରିତ ପାରିଶ୍ରମିକ ରାଶି ପାଇବାପାଇଁ ଜଣେଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନାହିଁ। ଏହାପରେ ସାରା ରାଜ୍ୟର ସିଏସ୍ଏସ୍ ମାନେ ପୁଣି ଇନସେନଟିଭ ପ୍ରେଭେସନାଲ ବୋନସ୍ ନଦେବା ପାଇଁ ଲିଖିତ ଜଣାଇଥିଲେ। ଏହାର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଫିସ ତରଫରୁ କୌଣସି ନିର୍ଦ୍ଧାରିତ ପାରିଶ୍ରମିକ ରାଶି ସମ୍ବନ୍ଧିୟ ଚିଠି ନ ଆସିବାରୁ ବ୍ଳକ ସ୍ତରୀୟ ଜିପିଏଲ୍ଏଫ୍ କର୍ମୀ ସଂଘ ସମସ୍ତ କାର୍ଯ୍ୟ ବନ୍ଦ କରି ଆଜି ଠାରୁ ଓଏଲ୍ଏମ୍ ଅଫିସ ବନ୍ଦ କରିବା ସହ ବ୍ଳକ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେଇଛନ୍ତି। ଗଣଧାରଣା ଦେବା ପୂର୍ବରୁ ବ୍ଳକ ଅର୍ଥ ଅଧିକାରୀ ଦିଲିପ କୁମାର ଶବର ଏବଂ ବ୍ଳକ ମିଶନ ଶକ୍ତି ବିଭାଗର ବିଏଲସି ସୋମ୍ୟରଞ୍ଜନ ପଣ୍ଡାକ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମହିଳା ସଶକ୍ତିକରଣକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯାଉଥିଲା। ଏବଂ ସେମାନଙ୍କ ଅତୁଳନୀୟ ଅବଦାନ ଯୋଗୁଁ ବିଭିନ୍ନ ସମୟରେ ସରକାର ପ୍ରୋତ୍ସାହନ ରାଶି ବୃଦ୍ଧି କରିଥିଲେ। କିନ୍ତୁ ବର୍ତ୍ତମାନର ବିଜେପି ସରକାରରେ ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଉ ନଥିବାବେଳେ ୬ମାସ ହେଲାଣି ସରକାର ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଦାବିକୁ ଅଣଦେଖା କରି ଆସୁଛନ୍ତି। ଏହି ଗଣଧାରଣାରେ ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫର କୋକସରା ବ୍ଳକ ସଭାନେତ୍ରୀ କୁନି ରଣା, ସମ୍ପାଦିକା ଅଞ୍ଜଳି ସିଂ, ଯଶୋଦା ରାଉତ, ବୈଶାଳୀ ଠାକୁର, ମିତାଞ୍ଜଳୀ ବିଶି, ମିତା ନିଆଲ, ଗରିସୁତା ସୁନାନୀ, ଅଞ୍ଜଳି ଦଣ୍ଡସେନା, ସୁଶୀଲା ମାଝୀ, ସଭ୍ୟା ରାଣୀ ରାଉତ, ପ୍ରେମସିଲା ମହାନନ୍ଦ, ମାନୀନି କେତକୀ, ଦମୟନ୍ତୀ ତାଣ୍ଡି, ହେମଲତା ସୁନାନୀ, ସୁରଭି ବିଶି, ଗିତାଞ୍ଜଳୀ କର ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଏମବିକେ, ସିଆରପି-ସିଏମ୍, ବ୍ୟାଙ୍କ୍ ମିତ୍ର ସାମିଲ ହୋଇଛନ୍ତି।