ଭତ୍ରା ସମାଜର ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚୟତ୍ର କଂଗ୍ରା ବଜାର ପଡିଆଠାରେ ଭତ୍ରା ସମାଜର ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଉମାକାନ୍ତ ପୁଜାରୀଙ୍କ ସଭାପତିତ୍ବରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଉମରକୋଟ ବ୍ଲକ ସଭାପତି ପରମାନନ୍ଦ ଭତ୍ରା ସମ୍ମାନିତ ଅତିଥି ସଦାନନ୍ଦ ଭତ୍ରା, ପଞ୍ଚାୟତ ସଭାପତି ଗଣପତି ଭତ୍ରା, ପଞ୍ଚାୟତ ଉପ ସଭାପତି ଇଙ୍ଗରାଜି ମାଝୀ,ସମ୍ପାଦକ ଅଭିରାମ ପୁଜାରୀ, ସହ ସମ୍ପାଦକ ନବ କିଶୋର ପୁଝାରୀ ଥବିର ପୂଜାରୀ,ସମେତ ସମାଜର ଅନେକ ଲୋକ ଉପସ୍ଥିତ । ପ୍ରଥମେ ମାଁ ଦନେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମକୁ ତ୍ରିନାଥ ମାଝୀ ପରିଚାଳନା କରିଥିଲେ ।