କନ୍ତେଶିର ଇଷ୍ଟଦେବୀଙ୍କ ଦଶହରା ସମ୍ପନ୍ନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମର ଇଷ୍ଟଦେବୀ ମାଁ କଳାପାହାଡ଼,ମାଁ ମାଣିକେଶ୍ଵରୀ,ମାଁ ବସ୍ତେନ୍ ଦେବୀ,ମାଁ ବ୍ରହ୍ମାଜେମା,ମାଁ ଡଙ୍ଗର ଦେବୀ,ମାଁ ଭୀମା ଦେବୀ,ମାଁ ପାଟଦେଉ ଦେବୀ,ମାଁ ଲିମ ପଡେନ ଦେବୀ,ମାଁ ମାଉଳି ଦେବୀ,ମାଁ ବାବୁରା ଦେବୀ ଙ୍କ ଦଶହରା ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି।ଉକ୍ତ ଉତ୍ସବରେ ଗ୍ରାମର ଗୌନ୍ତିଆ ପରିବାର ପୂଜା ସଂଘର ସଭାପତି,ସମ୍ପାଦକ ପୁଝାରୀ, ଦିଆରୀ, ଗଣା ଝାଙ୍କର,ଛତ୍ରିଆ, ଡାହୁକ,ବାହୁକ, ଥନାପତି ଏବଂ ଗ୍ରାମବାସୀ ମିଳିମିଶି ଦଶହରା ଆୟୋଜନ କରିଥିଲେ।ଗ୍ରାମର ଇଷ୍ଟଦେବୀ ମାଁ କଳାପାହାଡ଼ ଙ୍କ ଯାତ୍ରା ସକାଳୁ ଆରମ୍ଭ ହୋଇ ମାଁ ବିଭିନ୍ନ ଯାଚକ ଙ୍କ ଯାଚନା ଶୁଣିଥିଲେ। ଫଳକ ଯାଚକ ମାନେ ମାଁ ଙ୍କୁ ବୋଦା ଓ ଅନେକ ଜିନିଷ ଅର୍ପଣ କରିଥିଲେ।ଦଶହରାର ଦ୍ୱିତୀୟ ପ୍ରହର ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା,ଢୋଲ ମହୁରୀ ନିଶାନ, ଅନୁଷ୍ଠିତ ହୋଇଥିଲା । ବୀର ବାଦ୍ୟ ଘୁମୁରା ପରିବେଷଣ କରିଥିଲେ ତୁଷ ରାଜ ମାଝୀ ଏବଂ ସୀମିତ ମାଝୀ।କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଟଙ୍କ ମାଝୀ, ଯଦୁ ମାଝୀ,ଦୂର୍ବାଦଳ ମାଝୀ, ତପନ ମାଝୀ,ଜୀତେନ୍ଦ୍ର ମାଝୀ, ଦୟାନିଧି ମାଝୀ, ମଣ୍ଟୁ ମାଝୀ, ସହଦେବ ମାଝୀ, ହେମନ୍ତ ମାଝୀ,ଟିକେ ମାଝୀ,ସୋମନାଥ ମାଝୀ, ହେମାଦାଗର ମାଝୀ, ବୃନ୍ଦାମାଝି, ପ୍ରମୁଖ ଉପସ୍ଥିତ ରହି ଦଶହରା କୁ ସୁରୁଖୁରୁ ରେ ସମ୍ପନ୍ନ କରି ଗ୍ରାମବାସୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ।