କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବିଜମରା ବିଦେଶୀ ମଦ ଦୋକାନରୁ ଗତ ବିଳମ୍ବିତ ରାତିରେ ୧୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ କଲମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋର ମାନେ ଦୋକାନରେ ଲାଗିଥିବା ସିସିଟିଭି ଭାଙ୍ଗିଦେଇ ଷ୍ଟୋରେଜ ଡିସ୍କ କୁ ନେଇଯାଇଥିବା ଜଣାପଡିଛି।