୧୦ ବର୍ଷରେ ପଦାର୍ପଣ କଲା ମ. ରାମପୁର ଗଜ ଲକ୍ଷ୍ମୀ ପୂଜା

ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) :  କଳାହାଣ୍ଡି ଜିଲ୍ଲା ମ ରାମପୁର ସ୍ଥିତ ବସଷ୍ଟାଣ୍ଡ ପରିସରରେ ମାଁ ଡୋକୋରୀ ବ୍ୟବସାୟୀ ସଂଘ ତରଫରୁ ଆୟୋଜିତ ମାଁ ଗଜଲକ୍ଷ୍ମୀ ପୂଜା ୧୦ ବର୍ଷ ରେ ପଦାର୍ପଣ କରିଛି। ସୋମବାର ଦିନ ଗଙ୍ଗା ଆବାହନ ବା କଳସ ଶୋଭା ଯାତ୍ରା ଅଧିବାସ ଓ ମା ଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିବା ବେଳେ ମଙ୍ଗଳବାର ଦିନ ମାଁ ମହାସ୍ନାନ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ଦିନ ୧୨ ଟା ରେ ଅନ୍ନପ୍ରସାଦ ସେବନ ଓ ସନ୍ଧ୍ୟା ଆରତୀ ପୁଷ୍ପାଞ୍ଜଳି ପରେ ରାତ୍ରିକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ସଭାପତି ବିନୋଦ ସାହୁ, ଉପସଭାପତି ସରୋଜ କୁମାର ସାହୁ, ସମ୍ପାଦକ ଯୋଶୋଦା ନାଗ, ସହସମ୍ପାଦକ ପ୍ରକାଶ ନାଗଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ମାଁ ଙ୍କ ଦର୍ଶନ ପାଇଁ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗ ଦେଇ ମାଁ ଙ୍କ ପୂଜା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମାଁ ଙ୍କ ପୂଜା ଧୂମଧାମରେ କରୁଥିବା ନେଇ ମା ଗଜଲକ୍ଷ୍ମୀ ପୂଜା କମିଟି ଙ୍କୁ ଧନ୍ୟବାଦ ଦେଇଥିବାବେଳେ ସାଙ୍ଗରେ ମ, ରାମପୁର ପଞ୍ଚାୟତ ବିଜେଡି ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ ସମେତ ବିଜେଡି ଦଳର କର୍ମୀ ଯୋଗ ଦେଇଥିଲେ। ଏଥିରେ କର୍ତ୍ତା ଭାବେ ସରୋଜ କୁମାର ସିଂହ ଦେଓ ତାଙ୍କର ଧର୍ମପତ୍ନୀ ସରସ୍ଵତୀ ସିଂହ ଦେଓ ଓ ପଣ୍ଡିତ ଅଶୋକ କୁମାର ତ୍ରିପାଠୀ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ନାରାୟଣ ତ୍ରୀପାଠୀ, କରୁଣାକର ନାୟକ,ବିଜୟ କୁମାର ସାହୁ, ରମେଶ ଚନ୍ଦ୍ର ଜାଲ ଗୋବର୍ଦ୍ଧନ ସାହୁ,ଉଗ୍ରେସନ ନାଗ, ପ୍ରମୁଖ ସହଯୋଗ କରିଥିଲେ। ପ୍ରଦିଦିନ ହଜାର ହଜାର ଭକ୍ତଲୁ ମା ବିଭୂକୂପା ଲାଭ ଭିଡ ଲାଗି ରହିଛି।