ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ବରିଷ୍ଟ ନାଗରିକ ଦିବସ ପାଳିତ

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ରଠାରେ ତେନ୍ତୁଳୀଖୁଣ୍ଟି ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ବରିଷ୍ଠ ନାଗରିକ ଦିବସକୁ ଗୋଷ୍ଟି ଯୁନ୍ନୟନ ଅଧିକାରୀ ମୋନଜ ପାଣିଗ୍ରାହୀ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଉପସ୍ଥିତ ସଭାରେ ସ୍ଥାନୀୟ ଡାକ୍ତର ବ୍ରହ୍ମାନନ୍ଦ ଦାସ, ସ୍ଥାନୀୟ ସରପଞ୍ଚ ଟଭା ନାୟକ, ଓ ପୂଜାରୀଗୁଡା ସରପଞ୍ଚ ଅନାଦିମାଝି ସନ୍ନମାନନୀୟ ଅଥିତି ଭାବେ ଯୋଗ ଦେଇ ଥିଲେ। ମଞ୍ଚ ପରିଚାଳନା ରବି ସାହୁ କରିବା ସହିତ ଅଥିତି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଏହି ଦିବସର ମହ୍ୱତ ବିଷୟରେ ଉପସ୍ଥିତ ବରିଷ୍ଟ ନାଗରିକ ମାନଙ୍କୁ ବୁଝାଇଥିଲେ। ମୁଖ୍ୟ ଅଥିତି ପାଣିଗ୍ରାହୀ କିପରି ସୁସ୍ଥ ରହିବ ଆଞ୍ଚଳିକ ଭାଷାରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଡା. ଦାସ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବ ଡାକ୍ତରଖାନା ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଇବସେ ନେଇ ବୁଝାଇଥିଲେ। ଦୁଇଜଣ ଯୋଗ ଗୁରୁ ଗୋଗନ ବିଶୋଇ ଓ ଡାନିୟଲ ପାତ୍ର ଯୋଗ ବୁଝାଇବା ସହିତ ଯୋଗ କରି ନିରୋଗ ରହିବା ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ଶୋହେଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଔଷଧ ବଣ୍ଟନ କରାଯାଇଥିଲା। ଆୟୁଷ ଡାକ୍ତର ସୂବେନ୍ଧୁ ବାଘ, ସ୍ୱାସ୍ଥ୍ୟ କର୍ମୀ ରଶ୍ମିତା ପଲେଇ, ସୁଷମା ନାୟକ, ଓ ସୋରଜ କାନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ। ଜାକି କରକୋରା ଓ ସବୀର ଙ୍କସହ ଅନ୍ୟାନ କର୍ମଚାରୀ ସହଯୋଗ କରି ବରିଷ୍ଠ ନାଗରିକ ଦିବସକୁ ସଫଳ କରିଥିଲେ।